ଭୁବନେଶ୍ୱରରେ ଚମକିଲେ ବଣ୍ଡା ଯୁବତି, ସୁନ୍ଦରି ପ୍ରତିଯୋଗିତାରେ ଭାଗ ନେଇ ହେଲେ ଇଉପିଏ ବିଜେତା

add-all

ମାଲକାନଗିରି: ମାଲକାନଗିରି ଭଳି ଆଦିବାସୀ ବହୁଳ ବଣ ଜଙ୍ଗଲ ଘେରା ଜିଲ୍ଲାର ଜଣେ ବଣ ମଲ୍ଲୀର ମହକ ଆଜି ସାରା ଓଡିଶାକୁ ବିମହିତ କରିଛିl ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା ଟ୍ରାଇବାଲ ଗ୍ଲୋବାଲ ଫେଷ୍ଟରେ ଚମକିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିର ଆଦିମ ଜଣଜାତିର ଝିଅ ଆଦିବାରୀ ବଡ଼ନାୟକl ଯାହାକୁ ନେଇ ଜିଲାଳରେ ଖୁଶିର ଲହରୀ ଖେଳି ଥିବା ବେଳେ ଜିଲ୍ଲା ପାଇଁ ଏହା ଏକ ଗର୍ବର ବିଷୟ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ୧୦ ଜାନୁୟାରୀରେ ଆରମ୍ଭ ହୋଇଥିବା ଟ୍ରାଇଵାଲ ଗ୍ଲୋବାଲ ଫେଷ୍ଟରେ ଆଦିବାସୀ ଯୁବତୀ ମାନଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ କରଯାଇଥିଲା,ଏଥିରେ ଭାଗ ନେଇଥିଲେ ଜିଲ୍ଲାର ବଣ୍ଡା ଯୁବତୀ ଆଦିବାରୀ।

ଉତ୍ତମ ପ୍ରଦର୍ଶନ ଯୋଗୁଁ ସେ ଉପବିଜେତା ହୋଇଥିଲେl ଏହି ପ୍ରତିଯୋଗିତା ରେ ସାରା ଓଡିଶାରୁ ୪୦ ଜଣ ଆଦିବାସୀ ରମଣୀ ଭାଗ ନେଇଥିଲେl ସେ ମଧ୍ୟରୁ ବଣ୍ଡା ଘାଟିରୁ ବଣ୍ଡା ଯୁବତୀ ଆଦିବାରୀ ବଡନାୟକ ଗ୍ଲୋବାଲ ଟ୍ରାଇବଲ କ୍ଵିନ ପ୍ରତିଯୋଗୀତାରେ ଅଂଶଗ୍ରହଣକରୀ ପ୍ରଥମ ରନର୍ସଅପ ଭାବେ ବିଜେତା ହୋଇ ବଣ୍ଡା ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ, ମୂଳ ମୂଲ୍ୟବୋଧ, ରୀତିନୀତି ଏବଂ ସଂସ୍କୃତିକୁ ନିଜ ପୋଷାକ ଏବଂ ଅଳଙ୍କାର ସହିତ ବଜାୟୀ ରଖି ବଣ୍ଡା ଘାଟି ଏବଂ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ଆଣିଛନ୍ତି। ନିଜର ଅଦମ୍ୟ ଇଛା ଶକ୍ତି ଏବଂ କିଛି ଅଲଗା କରିବାର ନିଶା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି ବୋଲି ସେ ପ୍ରକାଶ କରିଛନ୍ତିl

ad-week
Leave A Reply

Your email address will not be published.