ପିଶାଚ ସ୍ୱାମୀର ବର୍ବର କାଣ୍ଡ, ସ୍ତ୍ରୀ ଗଳା କାଟି ଥାନାରେ ଆତ୍ମସମର୍ପଣ

add-all

ମାଲକାନଗିରି : ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛି ସ୍ବାମୀ। ସ୍ତ୍ରୀ ଶ୍ରୀତି ବିଶ୍ୱାସଙ୍କ ବେକ ଓ ମୁହଁରେ ରହିଛି ଗଭୀର କ୍ଷତ। ଗତକାଲି ରାତି ୧୧ ଟା ସମୟରେ ଘଟିଛି ଏହି ହତ୍ୟାକାଣ୍ଡ। ହତ୍ୟାକାଣ୍ଡ ଘଟାଇବା ପରେ ସ୍ବାମୀ ନୀପେନ ବିଶ୍ୱାସ କାଲିମେଳା ଥାନାରେ ଆତ୍ମସମର୍ପଣ କରିଥିବାର ଜଣାପଡିଛି। ସ୍ୱାମୀ ର ଆତ୍ମସମର୍ପଣ ପରେ କାଲିମେଳା ପୋଲିସ ଏମଭି ୬୬ ଗ୍ରାମକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡି ରହିଥିବା ଶ୍ରୀତି କୁ କାଲିମେଳା ମେଡିକାଲ ଆଣିଥିଲେ!ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ!ପୋଲିସ ଶବ ଜବତ କରି ବ୍ୟ ବଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ।ଆଜି ସକାଳୁ ଝିଅ ଘର ଓ ଏମପିଭି ୨ ୬ ଗ୍ରାମର ଲୋକ ଆସି ନ୍ୟାୟ ପାଇଁ ଥାନା ପରିସରରେ ରୁଣ୍ଡ ହୋଇଥିଲେ। ସୂଚନାିଯୋଗ୍ୟ ଯେ, ନୀପେନ ବିଶ୍ୱାସ ଗମ୍ପାକୋଣ୍ଡା ପଞ୍ଚାୟତ ଏମପିଭି ୨ ୬ ଗ୍ରାମର ଜଗଦୀଶ ମଲ୍ଲିକ ଙ୍କ ଝିଅ ଶ୍ରୀତି ଙ୍କୁ ଗତ ଆଠ ବର୍ଷ ତଳେ ବିବାହ କରିଥିଲେ!ଉଭୟ ଙ୍କ ୨ ଟି ପୁଅ ଥିବାବେଳେ ଏବେ ଶ୍ରୀତି ଗର୍ଭବତୀ ଥିଲେ!ନିପେନକାଲିମେଳା -ମୋଟୁ ୩ ୨ ୬ ଜାତୀୟ ରାଜପଥ କଡରେ କାଲିମେଳା ବ୍ଲକ କଲୋନୀ ସ୍କୁଲ ସମ୍ମୁଖରେ ଆଖୁ ରସ ବିକ୍ରି କରି ପରିବାର ଚଳାଉଥିଲେ। କୋରାପୁଟରୁ ସାଇଣ୍ଟିଫିକ ଟିମ ଆସିଲା ପରେ ହତ୍ୟାକାଣ୍ଡ ର କାରଣ ଜଣାପଡିବ ବୋଲି ପୋଲିସ ସୂତରୁ ଜଣାପଡିଛି।

ad-week
Leave A Reply

Your email address will not be published.