ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ: ଅଶ୍ବିନୀ ବୈଷ୍ଣବ

add-all

ନୂଆଦିଲ୍ଲୀ/ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏମ୍ଓୟୁ ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶାରେ ସୂଚନା ପ୍ରଯୁକ୍ତି(ଆଇଟି) ପେଶାଦାରଙ୍କର ଅଭାବ ନାହିଁ । ଓଡ଼ିଶାକୁ ଆଗାମୀ ଦିନରେ ଏକ ବଡ଼ ଆଇଟି ହବ୍‌ରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ସହ ଆଲୋଚନା ମଧ୍ୟ ହୋଇଛି ।

ସେ ବିଭିନ୍ନ ଆଇଟି କ୍ଷେତ୍ରକୁ ଯାଇ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିବା କଥା ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଓଡ଼ିଶାରେ ଆଇଟି ପ୍ରତିଭାଙ୍କର ଅଭାବ ନାହିଁ। ଆଇଟି ପ୍ରତିଭାଙ୍କ ଠାରୁ ଆମେ ଆବଶ୍ୟକ ସହଯୋଗ ହାସଲ କରିପାରିବା।
ଓଡ଼ିଶାରେ ୪ଟି ଶିକ୍ଷାନୁଷ୍ଠାନରେ ସେମି କଣ୍ଡକ୍ଟର ଶିକ୍ଷା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି । ଆଉ ୫ଟି କଲେଜରେ ସେମି କଣ୍ଡକ୍ଟର ଶିକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଥିବା ସମ୍ପର୍କରେ ସେ କହିଛନ୍ତି।

ଓଡ଼ିଶାରେ ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ବିକାଶ ଜାରି ରହିଛି । ବର୍ତ୍ତମାନ ୭୩ ହଜାର କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ଚାଲିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।

ad-week
Leave A Reply

Your email address will not be published.