ବାଂଲାଦେଶ ଡେପୁଟି ହାଇ କମିଶନରଙ୍କୁ ସମନ କଲା ଭାରତ

add-all

ଭାରତ ଓ ବାଂଲାଦେଶ ମଧ୍ୟରେ ଲଗାତର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବଢ଼ିବାରେ ଲାଗିଛି ସୀମା ବିବାଦ। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ଜଣାପଡିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ସୁରକ୍ଷାକୁ କଡାକଡି କରିଛି। ସୀମାନ୍ତ ଅଞ୍ଚଳରେ ବିଏସଏଫ ତୀକ୍ଷ୍ଣ ନଜର ରଖିଛି, ଯେଉଁ କାରଣରୁ ବାଂଲାଦେଶର ମହମ୍ମଦ ୟୁନୁସ ସରକାର ହଡବଡେଇ ଯାଇଛନ୍ତି। ଏବେ ବାଂଲାଦେଶକୁ ତା’ ଭାଷାରେ ଜବାବ ଦେଇଛି ଭାରତ।

ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଭାରତୀୟ ହାଇ କମିଶନର ପ୍ରଣୟ ବର୍ମାଙ୍କୁ ଡାକି ସୀମାରେ ବିଏସଏଫ ଦ୍ୱାରା କରାଯାଇଥିବା ତାର ବାଡକୁ ନେଇ ଆପତ୍ତି ଜଣାଇଥିଲା। ସୋମବାର ଭାରତ ନୂଆ ଦିଲ୍ଲୀରେ ଥିବା ବାଂଲାଦେଶର ଡେପୁଟି ହାଇ କମିଶନର ନୁରାଲ ଇସଲାମଙ୍କୁ ଡକାଇଛି।

ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟ ସୀମାରେ ତାର ବାଡକୁ ବେଆଇନ ଉଦ୍ୟମ ବୋଲି କହିଛି। ତେବେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଏ ବାବଦରେ କୌଣସି ବିବୃତ୍ତି ଦେଇନାହାଁନ୍ତି।

ଅନୁପ୍ରବେଶକାରୀଙ୍କୁ ରୋକିବାକୁ ଭାରତ ନିଜ ସୀମାରେ ବାଡ଼ ତିଆରି କରୁଛି। ଯାହାକୁ ବାଂଲାଦେଶ ସରକାର ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିଲାଗି ତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଭାରତର ହାଇକମିଶନଙ୍କୁ ନୋଟିସ କରି ଆଲୋଚନା ବି କରୁଛି। କିନ୍ତୁ ନିଜ ସୀମାରେ ଭାରତ ତିଆରି କରୁଥିବା ବାଡ଼ରେ ବାଂଲାଦେଶର କି ଅସୁବିଧା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ହସିନାଙ୍କ ସରକାର ଯିବା ପରେ ଏବେ ବାଂଲାଦେଶ ଜାଣିଶୁଣି କେଁ ବାହାର କରୁଥିବା ସ୍ପଷ୍ଟ ହୋଇଛି।

ad-week
Leave A Reply

Your email address will not be published.