ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଉଦଯାପିତ

add-all

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ଗିରିସୋଲା ରିଜନାଲ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲରେ ଗତ ଜାନୁଆରୀ ୬ ତାରିଖରୁ ଆରମ୍ଭ ହୋଇଥିବା ଆଠଦିନିଆ ବାଳିକା ଆତ୍ମ-ସୁରକ୍ଷା ତାଲିମ ଶିବିର ଗୁରୁବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବାଳିକା ଆତ୍ମ-ସୁରକ୍ଷା ତାଲିମର ଗୁରୁତ୍ୱ ନେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ମହିଳା ମାନେ ଅବଳା, ଦୁର୍ବଳା ନୁହନ୍ତି, ସେମାନେ ନିଜ ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଅଧ୍ୟକ୍ଷ ବିଶ୍ୱମନୁ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାଳିକା ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ଉଦଯାପନୀ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗ ଅଧ୍ୟାପକ ଡଃ. ବିଭୁତି ଭୂଷଣ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଇତିହାସ ବିଭାଗ ଅଧ୍ୟାପକ ଭବାନୀ ଶଙ୍କର ପଟ୍ଟନାୟକ,ରସାୟନ ବିଜ୍ଞାନ ଅଧ୍ୟାପକ ବାଦଲ ଚନ୍ଦ୍ର ଦାସ ,ଆଇଆରପିଏମ ଅଧ୍ୟାପକ ଡ଼ଃ.ଦିଲ୍ଲୀପ କୁମାର ପାଢୀ,ତାଲିମ ଶିବିର କୋଡ଼ିନେଟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା ସଂଗୀତା ମହାରଣା ପ୍ରମୂଖ ଉପସ୍ଥିତ ଥିଲେ । ଗତ ୬ ତାରିଖରୁ ଚାଲିଥିବା ଏହି ଶିବିରରେ ମୋଟ ୧୪୭ ଜଣ ଛାତ୍ରୀ ଅଂଶଗ୍ରହଣ କରି ବାଳିକା ଆତ୍ମ ସୁରକ୍ଷାର ବିଭିନ୍ନ କୌଶଳ ଶିକ୍ଷା କରିଥିଲେ । ମାଷ୍ଟର ଟ୍ରେନର ଭାବେ ରୋହିଣୀ ଖଣ୍ଡୱାଲ ତାଲିମ ପ୍ରଦାନ କରିଥିଲେ । ପରେ ପରେ ତାଲିମ ନେଇଥିବା ସମସ୍ତ ଛାତ୍ରୀ ମାନଙ୍କୁ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗିରିସୋଲା ରିଜିଓନାଲ ସାଇନ୍ସ ସେକେଣ୍ଡାରୀ ସ୍କୁଲର ସମସ୍ତ କର୍ମଚାରୀ ପରିଚାଳନା ରେ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.