ମା ବାକକୁମାରୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଶ୍ଵଶାନ୍ତି ଆମ୍ବା ମହାଯଜ୍ଞ ଲାଗି ଶୁଭଖୁଣ୍ଟି ସ୍ଥାପନ

add-all

ଚିକିଟୀ : ଏହି ବ୍ଲକ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଗୁଡା ଗ୍ରାମ ନିକଟସ୍ଥ କେରାଣ୍ଡିମାଳ ପର୍ବତ ଶିଖରରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ରାଜ ପ୍ରତିଷ୍ଠିତ ଭଗବତୀ ମହାମାୟୀ ମା ବାଳକୁମାରୀ ଙ୍କ ପୀଠରେ ହେବାକୁ ଥିବା, ବିଶ୍ବଶାନ୍ତି ଅମ୍ବା ମହାଯଜ୍ଞ ଓ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଲାଗି ମଙ୍ଗଳବାର ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି। ସୁନାମଧନ୍ୟ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ, ଆସନ୍ତା ମାଘ କୃଷ୍ଣ ଦଶମୀ ୨୩ ତାରିଖ ଗୁରୁବାର ଠାରୁ ମାଘ ଶୁକ୍ଳ ଦ୍ଵିତୀୟା ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ଦୀର୍ଘ ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ।
ପ୍ରଥମ ଦିବସରେ ଜଳଯାତ୍ରା, ଦୀକ୍ଷା ଗ୍ରହଣ,ମଣ୍ଡଳାଧିବାସ ପରେ ଦ୍ୱିତୀୟ ଦିବସରେ ଯଜ୍ଞାରମ୍ଭ ସହିତ ବ୍ରାହ୍ମଣ ବରଣ, ସାଲା ସଂସ୍କାର, ମଣ୍ଡଳ ପୂଜା ଆଦି ସମାପନ ହେବ। ସେହିପରି ୨୪ ତାରିଖ ଶୁକ୍ରବାର ଠାରୁ ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ପ୍ରତିଦିନ ରୀତିନୀତି ଅନୁଯାୟୀ ମଣ୍ଡଳ ପୂଜା, ସୂର୍ଯ୍ୟପୂଜା, ଗୋ ପୂଜା, ଚଣ୍ଡୀ ପାରାୟଣ, ଘୃତଯଜ୍ଞ , ଦେବୀ ଓ ଶୈବ ପୀଠରେ ମହାଭିଷେକ ସହ ବିଲ୍ୱାର୍ଜନ, ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଅନୁଷ୍ଠିତ ହେବ।
ଏହା ସହିତ ବନ ଯୋଗ, ରତ୍ନମୁଦ୍ରା, ନୂତନ ବିଗ୍ରହ ମାନଙ୍କ ଅଧିବାସ ଓ ମହାସ୍ନାନ, ଜୀବନ୍ୟାସ, ପାର୍ଶ୍ୱ, ଦ୍ୱାର, ଧ୍ୱଜ ଓ ତ୍ରିଶୂଳ ସ୍ଥାପନ, ଦେବତା ପ୍ରବେଶ, ଜଜମାନ ପ୍ରତିଷ୍ଠା, ମହାଧ୍ଵଜ ଭ୍ରମଣ ଓ ଘୃତଯଜ୍ଞ ସହିତ ପ୍ରତିଷ୍ଠାର ପୂର୍ଣ୍ଣାହୁତି।
୩୧ ତାରିଖ ଗୁରୁବାର ଦଧିହାଣ୍ଡି ଭଗ୍ନ ସହିତ ନଗର ଭ୍ରମଣ ଓ ନାମ ଯଜ୍ଞର ପୂର୍ଣାହୁତି ହେବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ପ୍ରତିଷ୍ଠା ମହାଯଜ୍ଞରେ ସମଗ୍ର ଅଞ୍ଚଳର ବହୁ ମାତ୍ରାରେ ଭକ୍ତବୃନ୍ଦ ଯୋଗଦାନ କରି ଭଗବତୀ ଶ୍ରୀ ମା ବାଳକୁମାରୀ ଙ୍କ କୃପାଲାଭ କରିବାକୁ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଙ୍କ ସହିତ ମନ୍ଦିର ଉନ୍ନୟନ କମିଟି ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.