ଘରୁ ଡାକିନେଇ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାରବର୍ଗ, ପୁଲିସ କରୁଛି ତଦନ୍ତ

add-all

ବ୍ରହ୍ମପୁର : ଗୋଷାଣୀ ନୂଆ ଗାଁ ଥାନା ଅର୍ନ୍ତଗତ ଜାତୀୟ ରାଜପଥ 16 ପାର୍ଶ୍ଵ ଖଜୁରିଆ ନିକଟ ଏକ କେନାଲ ରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। କେହି ତାଙ୍କୁ ହତ୍ୟା କରିବା ପରେ କେନାଲ ରେ ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣା ସ୍ଥଳ ରୁ ଅଗ୍ନିଶମ ବିଭାଗ ସହାୟତା ରେ ପୋଲିସ ମୃତଦେହ କୁ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଗୋଳନ୍ଥରା ଥାନା ପାଟପୁର ଗାଁ ସାନ୍ତନୁ ନାୟକ।ସୁଚନା ମୁତାବକ ଗତ 14 ତାରିଖ ରାତିରେ ସାନ୍ତନୁ କୁ ଜଣେ ସାଙ୍ଗ ଘରୁ ଡାକି ନେଇଥିବା ବେଳେ ତାଙ୍କ ର ଦୁଇ ଦିନ ଧରି ପତା ମିଳି ନଥିଲା। ଆଜି ମୃତ ଦେହ ଠାବ ହୋଇଥିବା ଜଣା ପଡିଛି। ତେବେ
କେନାଲ ଭିତରେ ଏକ ବାଇକ୍ ମଧ୍ୟ ପଡ଼ିଥିବା ହେତୁ ଏହା ଦୃଘଟଣା ନା ଯୋଜନା ବଦ୍ଧ ହତ୍ଯା ତାକୁ ଅନୁସନ୍ଧାନ କରୁଛା ପୋଲିସ୍। ସେପଟେ ମୃତ ସାନ୍ତନୁ ଙ୍କ ପରିବାର ଲୋକେ ହତ୍ଯା ଅଭିଯୋଗ ଆଣିବା ପରେ ପୋଲିସ ଘଟଣା କୁ ଗୁରୁତ୍ବ ନେଇ ତଦନ୍ତ କୁ ସକ୍ରୀୟ କରିଥିବା ଜଣା ପଡିଛି।

ad-week
Leave A Reply

Your email address will not be published.