ମାଲକାନଗିରି ରୁ ରୋଗୀ ନେଇ ଯାଉଥିବା ବସ ବିଶାଖାପାଟଣା ରେ ଦୁର୍ଘଟଣା, ୨ମୃତ…

add-all

ମାଲକାନଗିରି : ବିଶାଖାପାଟନମ ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି । ଏହି ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଏହା ସମେତ ଅନେକଙ୍କ ଆହାତ ହୋଇଛନ୍ତି। ସୁବ୍ରତ ରାୟ ବିଜେପି ର ଏମଭି ୫୮ ବୁଥର ବୁଥ ସଭାପତି ଥିଲେ ଏବଂ ପଡ଼ିଆ ମଣ୍ଡଳର ଭାଜପା ଯୁବ ନେତା ଥିଲେ । ତେବେ ବସ ଟି ମାଲକାନଗିରି ରୁ ପ୍ରାୟ ୩୦ଜଣଙ୍କୁ ନେଇ ଯାଉଥିବା ଜଣାପଡିଛି। ଗତକାଲି ରାତିରେ ବସ ଟି ମାଲକାନଗିରି ରୁ ବାହାରି ଯାଉଥିବା ବେଳେ ସାମ୍ନାରେ ଏକ ଟ୍ରକ ଖରାପ ହୋଇ ଛିଡା ହୋଇଥିଲା। କୁହୁଡି ଯୋଗୁଁ ବସ ଚାଳକ ଟ୍ରକ କୁ ଦେଖି ପାରି ନଥିଲେ ଏବଂ ଦୁର୍ଘଟଣା ଘଟିଥିଲା ବୋଲି ସୂଚନା ମିଳିଛି ।

ad-week
Leave A Reply

Your email address will not be published.