ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କିଶୋରୀ ଓ ଗର୍ଭବତୀ ମହିଳା ମାନେ ମାନେ ନୂତନ ସରକାର ଆସିବା ପର ଠାରୁ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ପ୍ରତି ମାସରେ ଅଣ୍ଡା ଯୋଗାଇ ଆସୁଛନ୍ତି। ନୂତନ ସରକାର ଆସିବା ପରେ କିଶୋରୀ ଓ ଗର୍ଭବତୀ ମାନଙ୍କ ପାଇଁ ଅଣ୍ଡା ସକାଶେ ଅସୁଥୁବା ଅର୍ଥ ଆସିନଥିବା ଅଙ୍ଗନବାଡି ଦିଦି ମାନେ ମତ ପ୍ରକାଶ କରିଛନ୍ତି। ପୃଷ୍ଟିକର ଖାଦ୍ୟ ଅଭାବ ନ ହେବା ପାଇଁ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ମାଧ୍ୟମରେ ଅଣ୍ଡା ପାଇଁ ଅର୍ଥ ଯୋଗାଇ ଆସୁଥିଲେ। ଅଣ୍ଡା ଅର୍ଥ ରାଶି ନ ଆସିବା ଆଳ କରି ବହୁ ଅଙ୍ଗନବାଡି କେନ୍ଦରେ ଅଣ୍ଡା ଦେବା ବନ୍ଦ ହୋଇଯାଇଛି। ପୂର୍ବ ସରକାର କରିଥିବା ଯୋଜନା ନୂତନ ସରକାର ଠିକ ରୂପେ ପରିଚାଳନା କରି ପାରୁନଥିବା ନେଇ ଲୋକେ ଏବେ ଚର୍ଚ୍ଚା ଆରମ୍ଭ କରିଦେଲେଣି। ଏହି ଯୋଜନା ରେ ସବୁ ବର୍ଗର ହିତାଧିକାରୀ ମାନଙ୍କୁ ଅଣ୍ଡା ଯୋଗାଇ ଦିଆଯାଉ ଥିଲା। ଅଣ୍ଡା ଅର୍ଥ ନ ଆସିବା ଫଳରେ କିଶୋରୀ ଓ ଗର୍ଭବତୀ ମାନେ ଠିକ ଭାବେ ଅଣ୍ଡା ପାଇବାରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ଦିନ ହେଲା ଏହି ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ କିଛି ଅଙ୍ଗନବାଡି ଦିଦି ମାନେ କହିଛନ୍ତି। ଗଞ୍ଜାମ ଜିଲ୍ଲାରେ ଥିବା ଅଧିକାଂଶ ଅଙ୍ଗନବାଡି କେନ୍ଦ୍ର ଭଗବାନ ଭରସା ରେ ଚାଲୁଛି। ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ମଧ୍ୟ ଦିଦି ମାନଙ୍କ ମର୍ଜୀରେ କେତେ ବେଳେ ଖୋଲୁଛି କେତବେଳେ ବନ୍ଦ ହେଉଛି।ବିଭାଗୀୟ ମନ୍ତ୍ରୀ ମହାଶୟା କେବଳ ସୁଭଦ୍ରା ଯୋଜନା ପଛରେ ରହିବା ଫଳରେ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି, ବୋଲି ବିରୋଧି ଆଲୋଚନା କରୁଛନ୍ତି। ସରକାର ଅଙ୍ଗନବାଡି କେନ୍ଦ୍ର ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।
