ଜାତୀୟ ଶିକ୍ଷାନୀତି ପାଇଁ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଜାତୀୟ ଶିକ୍ଷାନୀତି- ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଅଛି । ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳି ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ କମଳିନୀ ବେହେରା, ମହାସଚିବ ପ୍ରାଥମିକ ସଂଘ ଓଡ଼ିଶା ଜ୍ୟୋତିରଞ୍ଜନ ଦାସ, ନୟାଗଡ଼ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଭକ୍ତରଞ୍ଜନ ମିଶ୍ର, କ୍ୟାଡ଼ର ସଭାପତି ଜୟକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୧୯ ଜଣ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟରତ ୨୮ ଜଣ ଜୁନିଅର ଶିକ୍ଷକ ଙ୍କୁ ଚଳିତ ମାସ ଶେଷ ସୁଦ୍ଧା ନିୟମିତ ଶିକ୍ଷକ ର ମାନ୍ୟତା ପ୍ରଦାନ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକର ୫ଶହ ରୁ ଉର୍ଦ୍ଧ୍ବ ଶିକ୍ଷକ ଯୋଗଦେଇଥିଲେ । ଜାତୀୟ ଶିକ୍ଷାନୀତି -୨୦୨୦ ର କାର୍ଯ୍ୟକାରିତା ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଶିକ୍ଷକ ଲଳିତ ମୋହନ ମିଶ୍ର ସଚେତନ କରିଥିଲେ ।ଜିଲ୍ଲା ସିଆରସିସି ସଂଘ ସଭାପତି ଶ୍ରୀଧର ପରିଡ଼ା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ଦିଲ୍ଲୀପ କୁମାର ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.