ଋଣ ଦେବା ନାରେ ବଡ଼ ଜାଲିଆତି, ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ମ୍ୟାନେଜରଙ୍କ ସମେତ ଦୁଇ ଗିରଫ

add-all

ବ୍ରହ୍ମପୁର : ଋଣ ଦେବା ନାରେ ବଡ଼ ଜାଲିଆତି.୧ କୋଟି ୪୬ ଲକ୍ଷ ୪୬ ହାଜର ଟଙ୍କା ହେରେଫେର କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ସମବାୟ ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସମେତ ଜଣେ ମହିଳା ସୁପ୍ରଭାଇଜର କୁ ଗିରଫ କରିଛି ପୁଲିସ। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ପାଖାପାଖି ୮ ଜଣ ଜମାକାରୀଙ୍କ ଅଜାଣତରେ ପାଖାପାଖି ୧କୋଟି ୪୬ ଲକ୍ଷ ଟଙ୍କା ଋଣ କରି ଟଙ୍କା ଆତ୍ମସାତ କରିଛନ୍ତି ଦେବାଶିଷ । ତେବେ ଏନେଇ ଗତ ଆର୍ଥିକ ବର୍ଷରେ ହୋଇଥିବା ଅଡିଟରୁ ଜଣାପଡିବା ପରେ ବ୍ୟାଙ୍କ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା । ଏନେଇ ଏକ କମିଟି ଗଠନ କରାଯାଇ ବ୍ୟାଙ୍କ ପକ୍ଷରୁ ତନାଘନା କରାଯାଇଥିଲା। ତେବେ ଏହି ଶାଖାର ପୂର୍ବତନ ଶାଖା ପରିଚାଳକ ଏଭଳି ଜାଲିଆତି କରିଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଜାଣିବା ପରେ ଗୋସାଇନୁଆଁଗାଁ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ଭିତ୍ତି କରିଗୋସାଇଁନୂଆଗାଁ ପୁଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଡାଉ କରିବା ପରେ ଭୁବନେଶ୍ୱରରୁ ଦେବାଶିଷ କୁ ଗିରଫ କରିଛି।ଋଣ ଦେବା ନାଁ ରେ ୧,୪୬,୪୬୦୦୦,ଟଙ୍କା ଆତ୍ମସାତ କରିଥିବା ଜଣା ପଡିଛି।ବିଭିନ୍ନ ଲୋକଙ୍କ ନାଁ ରେ ବିନା କାଗଜ ପତ୍ରରେ ଟଙ୍କା ଋଣ ଦେବା ଦର୍ଶାଇ ଟଙ୍କା ଆତ୍ମସାତ କରିଥିବା ନେଇ ବ୍ୟାଙ୍କ ସି ଇ ଓ ଭରତ ସାହୁ କହିଛନ୍ତି। ପରେ ପୁଲିସ ଖୋଳତାଡ଼ କରି ଦୁଇଜଣଙ୍କୁ ଗିରଫ କରିଛି ପୁଲିସ।ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ ସୂଚନା ଦେଇଛି।

ad-week
Leave A Reply

Your email address will not be published.