ସତୀଗୁଡା ଜଳଭଣ୍ଡାରରେ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ

add-all

ମାଲକାନଗିରି, ୧୮।୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ତରଫରୁ ଆଜି ୩୦ରୁ ଉର୍ଧ ବନାଧିକାରୀ ଏବଂ କର୍ମଚାରୀଙ୍କ ସହ ଭୁବ ନେଶ୍ୱରରୁ ଆସିଥିବା ଏକ୍ସପର୍ଟ ମାନଙ୍କ ଦ୍ୱାରା ପୂର୍ୱାହ୍ନ ୬ ଘଟିକା ସମୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲ।। ଚାରଟି ବୋଟରେ ଚାରଟି ଦଳ ଜଳଭଣ୍ଡାରର ଭିନ୍ନ ଭିନ୍ନ ଅଂଚଳକୁ ଯାଇ ଅତ୍ୟାଧୁନିକ କ୍ୟାମେରା, ବାଇନୋକୁଲାର, ଡ୍ରୋନ କ୍ୟାମେରା ଇତ୍ୟାଦି ସାଥିରେ ନେଇ ଯେଉଁ ସବୁ ସ୍ଥାନରେ ପକ୍ଷୀ ମାନେ ଜଳ ମଧ୍ୟରେ ଥାଆନ୍ତି ସେହି ସବୁଅଂଚଳରେ ପୂର୍ୱରୁ ତାଲିମ ପାଇଥିବା ଜ୍ଞାନ କୌସ ପ୍ରୟୋଗ କରି ପକ୍ଷୀ ଗଣନା କରିଥିଲୋ ସହକାରୀ ବନ ସଂରକ୍ଷକ ମୌସୁମୀ ଖେମୁଣ୍ଡୁ ପ୍ରକାଶ କରିଛ୍‌ନ୍ତି ଯେ, ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସାମାନ୍ୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇଛିା ଗତବର୍ଷ ୩୫୦୮ ଥିଲା ବେଳେ ଚଳିତ ବର୍ଷ ୩୫୧୭ ଟି ୩୪ଟି ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଜଳଭଣ୍ଡାରକୁ ଆସିଛନ୍ତିା ସେତିମଧ୍ୟରୁ ୨୨ ପ୍ରଜାତିର ବିଦେଶୀ ପକ୍ଷୀ ହୋଇଥିବା ବେଳେ ୧୨ ପ୍ରକାରର ସ୍ୱଦେଶୀ ପକ୍ଷୀ ଚିହ୍ନଟ ହୋଇଛି ବୋଲି ସେ ପ୍ରକାଶ କରିଥିଲୋ ଏହି କାର୍ଯ୍ୟକ୍ରମରେ ସହକାରୀ ବନ ସଂରକ୍ଷକ ପ୍ରିୟଙ୍କା ମହୁକା, ବନାଂଚଳ ଅଧିକାରୀ ରମେଶ ରାଉତ, ବନପାଳ ଦିବାକର ଜେନାଙ୍କ ସହ ୩୦ରୁ ଉର୍ଧ କର୍ମଚାରୀ ସାମିଲ ଥିଲୋ

ad-week
Leave A Reply

Your email address will not be published.