ହୁ ହୁ ହୋଇ ଜଳିଗଲା କ୍ରିଷ୍ଣା ମିନି ବସ…

add-all

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପୋଡି ସାହିକୁ ଯିବା ରାସ୍ତା କଡରେ ଦୀର୍ଘ ଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସଟି ଶନିବାର ରାତ୍ରରେ ହଠାତ ହୁତୁହୁତୁ ହୋଇ ଜଳିଗଲା ।ଯାହା କୁ ନେଇ ଲୋକେ ରୁଣ୍ଡ ହେବା ସହ ଅଗ୍ନିଶମ ବାହିନୀ କୁ ଖବର ଦେବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ବସ ଟି ରେ କିଏ ଜାଣିଶୁଣି ନିଆଁ ଲଗାଇ ଦେଇ ଥିବା ଅନୁମାନ କରାଯାଉଛି ବୋଲି ଅଗ୍ନିଶମ ଅଧିକାରୀ ସୁକାନ୍ତ ବାରିକ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ବାଲିଗୁଡାର କ୍ରୀଷ୍ଣା ନାମକ ଏକ ଘରୋଇ ବସ ମାଲିକ ଙ୍କ ର ଆଉ ଏକ ବସ ମଧ୍ୟ ଡିସେମ୍ବର ୨୧ ତାରିଖରେ ଥାନା ନିକଟରେ ରହିଥିବା ବେଳେ ଦିନ ଦିପହରେ ହୁ ହୁ ହୋଇ ଜଳି ଗାଡିର ଭିତର ପାଖ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ମିନି ଘରୋଇ ବସ ଟି (ଓଆର ୧୨ -୪୩୨୧)କୌଣସି ରୁଟ ପରମିଟ ନଥିବାରୁ ବସ ଟି ଦୀର୍ଘ ମାସ ହେବ ପରିତ୍ୟକ୍ତ ଅବସ୍ଥାରେ ଠିଆହୋଇ ରହିଥିଲା । ତେବେ ଠିଆ ହୋଇଥିବା ବସରେ କିଭଳି ନିଆଁ ଲାଗିଲା ସେ ନେଇ ଏଯାବତ୍ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଗୋଟିଏ ମାସ ମଧ୍ୟରେ ଗୋଟିଏ ମାଲିକଙ୍କ ର ଦୁଇ ଦୁଇ ଟି ବସ ଜଳିଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ad-week
Leave A Reply

Your email address will not be published.