ରାମଗିରିଠାରେ ବ୍ଲକ ଗଠନ ଦାବି ଜୋର ଧରିଲା :ଯାହାକୁ ନେଇ ୨ୟ ସାଧାରଣ ବୈଠକ

add-all


ପାରଳାଖେମୁଣ୍ଡି :ଗତ କିଛିଦିନ ପୂର୍ବରୁ ଆଇନ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ନୂତନ ବ୍ଲକ ଗଠନଠ ସୁଯୋଗ କଥା ଶୁଣିବା ଦିନଠୁ, ପ୍ରତି ବ୍ଲକ ଗୁଡିକ ଖୁବ ଚଳଚଞ୍ଚଳ ସହ ସ୍ଥାନେସ୍ଥାନେ ବୈଠକ ଓ ଆଲୋଚନା ଜାରିରହିଛ। ସେଇ ପରିପେକ୍ଷୀରେ ରା ଉଦୟଗିରି ବ୍ଲକରୁ ପୃଥକ ହୋଇ, ରାମଗିରି ବ୍ଲକ ଗଠନ ଲାଗି ଗତ ଜାନୁୟାରୀ ୧୨ ତାରିଖରେ ଅଞ୍ଚଳର ୧୧ ଗୋଟି ପଞ୍ଚାୟତର ପ୍ରାୟ ୧୫୦ ଲୋକଙ୍କୁ ନେଇ ଗୋଟିଏ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏ ଖବର ପ୍ରସାରିତ ହେବାପରେ ଅଞ୍ଚଳରୁ ବିଶାଳ ସଂଖ୍ୟାରେ ଜନ ସାଧାରଣ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି। ତେବେ ପୂର୍ବ ବୈଠକରେ ନିର୍ବାଚିତ କମିଟି ଦ୍ବାରା ଏକ ଜନ ସଭା

ଆୟୋଜିତ ହୋଇଥିଲା।ଯେଉଁଥିରେ ଆଞ୍ଚଳିକ ସମସ୍ତ ବୁଦ୍ଧିଜୀବୀ ମାନଙ୍କ ସମର୍ଥନ ସହ ସହଯୋଗ ଲାଗି ପ୍ରତିବଦ୍ଧ ଥିବା ପ୍ରକାଶ କରିଥିଲେ। ୧୧ ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ,ଜିଲ୍ଲାପରିଷଦ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଓ୍ବାର୍ଡ ସଭ୍ୟ ମାନଙ୍କର ମଧ୍ୟ ମତାମତ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ୭୦୦ରୁ ଉର୍ଦ୍ଧ ଜନସାଧାରଣଙ୍କ ଉପସ୍ଥିତ ସହ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ପୋଲିସ ପ୍ରଶାସନ ମଧ୍ୟ ସଜାଗ ଥିବା ଦେଖିବାକୁ ମିଳିଛ।

ad-week
Leave A Reply

Your email address will not be published.