ଜୁଆଆଡ୍ଡା ରେ ଚଢ଼ଉ: ୧୦ ଜଣ ଜୁଆଡ଼ି ଗିରଫ…

add-all


ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ରୋହିବାଙ୍କ ପଞ୍ଚାୟତ ନାଉଖାଲ ନିକଟରେ ଏକ ଜୁଆଆଡ୍ଡା ରେ ପୁଲିସ ଚଢ଼ଉ କରି ୧୦ ଜଣକୁ ଗିରଫ କରାଯାଇଛି।ନାଉଖାଲ, ଜାମୁ ପାଟଣା, ଲଣ୍ଡାବାଦୁ ଅଞ୍ଚଳରେ ଦୀର୍ଘ ଦିନ ହେବ କେତେକ ଆନ୍ତଃଜିଲ୍ଲା ଜୁଆଡି ସହିତ କେତେକ ସ୍ଥାନୀୟ ଲୋକ ଜୁଆଆଡ୍ଡା ଚାଲୁଥିବା ର ଚର୍ଚ୍ଚା ହେଉଥିଲା । ନାଉଖାଲ ନିକଟରେ ଜୁଆଆଡ୍ଡା ଚାଲିଥିବାର ଖବର ପାଇ ପୋଲିସ ଅତର୍କିତ ଚଢ଼ାଉ କରିଥିଲା । ଫଳରେ କାର, ବାଇକ୍, ଲକ୍ଷାଧିକ ଟଙ୍କା ସହିତ ତାସମୁଠା ଜବତ କରାଯାଇଛି । ଗିରଫ ହୋଇଥିବା ୧୦ ଜଣଙ୍କ ସବିଶେଷ ସୂଚନା ଖୁବ ଶୀଘ୍ର ଦିଆଯିବ ବୋଲି ଓଡ଼ଗାଁ ଥାନା ଆଇଆଇସି ରଶ୍ମି ରଂଜନ ସାହୁ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.