ଭୁବନେଶ୍ବରରେ ମୋହନ ଭାଗବତ

add-all

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସଂଘର ବିଭିନ୍ନ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ରାଜ୍ୟରେ ବିଜେପି ସଭାପତିଙ୍କ ନାମ ଘୋଷଣା ହେବା ପୂର୍ବରୁ ତାଙ୍କର ଏଭଳି ରାଜ୍ୟ ଗସ୍ତ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଆଗକୁ ରାଜ୍ୟ ବିଜେପିର ନୂଆ ସଭାପତି ଘୋଷଣା ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ଚୟନ ନେଇ ସୂଚନା ମିଳିଛି।ଗୁରୁବାର ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ କହିଛନ୍ତି ଫେବ୍ରୁଆରୀ ସୁଦ୍ଧା ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଏନେଇ ଆଲୋଚନା କରିଛନ୍ତି ।
ତେବେ ପୁଣିଥରେ ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସିବେ । ଏହାସହ ବାକି ୧୪ ଜିଲ୍ଲାରେ ସଭାପତି ନାଁ ମଧ୍ୟ ଘୋଷଣା ହେବ ବୋଲି କନ୍ଧମାଳ ସାଂସଦ ତଥା ବିଜେପି ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.