ସମଗ୍ର ଶିକ୍ଷା ଅଭିଯାନ ସପୋର୍ଟ ଷ୍ଟାଫମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ

add-all

ନୟାଗଡ଼: ବିଭିନ୍ନ ଦାବି ନେଇ ଆକାଉଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏମଆଇଏସ କମ୍ ପ୍ଲାନିଂ କୋ- ଅର୍ଡିନେଟର ରାଜ୍ୟ ସଂଘର ଆହ୍ବାନ କ୍ରମେ ବୁଧବାର ଠାରୁ ଭୁବନେଶ୍ଵର ଲୋୟର ପିଏମଜିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆଯିବାକୁ ସ୍ଥିରୀକୃତ ହେଇଥିଲା ବେଳେ ଗତ୨୬ ତାରିଖ ରେ ରାଜ୍ୟ ସଂଘ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ନୟାଗଡ଼ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷାର କର୍ମକର୍ତ୍ତା ଏହି ଗଣଧାରଣା ସମ୍ପର୍କିତ ସ୍ମାରକ ପତ୍ର ନିଜ ନିଜର ମଣ୍ଡଳ ଅଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି ।ଆକାଉଟାଣ୍ଟ କମ୍ ସପୋର୍ଟ ଷ୍ଟାଫ ଏମଆଇଏସ କମ୍ ପ୍ଲାନିଂ କୋ-ଅର୍ଡିନେଟର ଦୀର୍ଘ ୧୨ ବର୍ଷ ଧରି ସ୍ୱଳ୍ପ ବେତନରେ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ନିଷ୍ଠାର ସହିତ କାମ କରୁଛନ୍ତି । ଏହି କର୍ମକର୍ତ୍ତା ମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦେଇ ସରକାର ଠିକା କର୍ମଚାରୀ ରୂପେ ସ୍ୱଳ୍ପ ବେତନରେ କାର୍ଯ୍ୟ ହାସଲ କରୁଛନ୍ତି । ଶିକ୍ଷା ବିଭାଗର ଅନ୍ୟ କର୍ମଚାରୀ ମାନଙ୍କର ଦରମା ବୃଦ୍ଧି ହେଉଥିବା ବେଳେ ଏମାନେ ଦୀର୍ଘଦିନ ଧରି ଉପେକ୍ଷିତ ହେଉଛନ୍ତି । ତେଣୁ ସ୍ଥାୟୀ ନିଯୁକ୍ତି, ମାସିକ ବେତନ ପ୍ରଦାନ ଆଦି ଦାବୀରେ କାର୍ଯ୍ୟବନ୍ଦ କରାଯାଇଥିବା ବେଳେ ଫେବୃଆରୀ ୧ ତାରିଖ ରୁ ଗଣ ଧାରଣା ଦେବା ଲାଗି ସୂଚନା ମିଳିଛି । ଫଳରେ ଶିକ୍ଷା ବିଭାଗର ଅନେକ କାର୍ଯ୍ୟ ରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି ।

ad-week
Leave A Reply

Your email address will not be published.