ବାଲିଗୁଡା :ଶୁଖିଲା ଗଛର ଡାଳ ପଡି ଓକିଲ ଗୁରୁତର…

add-all

ବାଲିଗୁଡା, କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ମଧ୍ୟରେ ରହିଥିବା କୋର୍ଟ ମାର୍କେଟ ରେ ଶୁଖିଲା ଆମ୍ବ ଗଛ ଡାଳ ପଡି ଜଣେ ବରିଷ୍ଠ ଓକିଲ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା ରୁ ପ୍ରକାଶ ଯେ, ପଣସପଡି ସାହିରୁ କୋର୍ଟ କୁ ଯିବା ପାଇଁ ନିଜ ବାଇକ ରେ ବାହାରିଥିଲେ ବରିଷ୍ଠ ଓକିଲ ରାମ କୃଷ୍ଣ ଦାସ । କୋର୍ଟ ମାର୍କେଟ ହୋଇ ଯାଉଥିବା ବେଳେ ହଠାତ ରାସ୍ତା ପାର୍ଶ୍ଵ ରେ ଦୀର୍ଘ ଦିନ ହେବ ରହିଥିବା ବିରାଟ ଶୁଖିଲା ଆମ୍ବ ଗଛର ଡାଳ ଟି ଭାଙ୍ଗି ଯାଇ ଚଳନ୍ତା ବାଇକ ରେ ଥିବା ଶ୍ରୀ ଦାସ ଙ୍କ ଉପରେ ଛିଡି ପଡିଥିଲା । କିଛି ଜାଣିବା ଆଗରୁ ଶୁଖିଲା ଡାଳ ଶ୍ରୀଦାସ ଓ ବାଇକ ଉପରେ ପଡିବାରୁ ତଳେ ଚାପି ହୋଇ ଯାଇଥିଲେ । ଜୀବନ ବଞ୍ଜେଇବା ପାଇଁ ଚିତ୍କାର ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉପଖଣ୍ଡ ଡାକ୍ତର ଖାନାକୁ ଆଣିଥିଲେ ସେଠାରେ ଅଧିକ ଗୁରତର ହେବାରୁ ଫୁଲବାଣୀ ଜିଲ୍ଲା ଡାକ୍ତର ଖାନା କୁ ସ୍ଥାନାନ୍ତରିତ କରାଯାଇଛି । ତାଙ୍କର ମୁଣ୍ଡରେ ଶକ୍ତ ଆଘାତ ଲାଗିବା ଫଳରେ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ ଶ୍ରୀ ଦାସ । ତେବେ ଦୀର୍ଘ ଦିନ ହେବ ସେହି ମାର୍କେଟ ରେ ଦୁଇଟି ଶୁଖିଲା ଗଛ ଥିବା ସତ୍ବେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ତାହାକୁ କଟା ନ ଯାଇ ରଖାଯିବା ଫଳରେ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ଜଣେ ଓକିଲ ବଞ୍ଚିଯାଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଓ ସ୍ଥାନୀୟ ଲୋକେ । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି l

ad-week
Leave A Reply

Your email address will not be published.