ଛତ୍ରପୁରରେ ନିଷ୍କ୍ରମଣ ଉତ୍ସବ

ଛତ୍ରପୁର, : ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ସଭାପତି ତଥା ଓଡିଶା ହାଇକୋର୍ଟର ଓକିଲ ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତା ରେ ନିଷ୍କ୍ରମଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡଦେଉଳୀ ଉଚ୍ଚମାଧ୍ୟମିକ କଲେଜର ଅଧ୍ୟାପକ ଡ଼ଃ ଗୌରୀଶଙ୍କର ଶତପଥୀ ଯୋଗଦେଇ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭଆରମ୍ଭ କରିବା ସହିତ ଜୀବନରେ ଶିକ୍ଷାର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ବିଜୟ କୁମାର ବିଶ୍ବାଳ ଯୋଗ ଦେଇ ଆଗାମୀ ମେଟ୍ରିକ ପରୀକ୍ଷାରେ ଉତ୍ତର ଲେଖିବାର କୌଶଳ ସହ ଜୀବନରେ ଆଗକୁ ବଢିବାର ମାର୍ଗଦର୍ଶନ କରିଥିଲେ । ପ୍ରଥମେ ଶିଶୁମାନଙ୍କ ଅନୁଭୂତି କଥନ କରାଯିବା ସହିତ ପ୍ରଧାନାଚାର୍ଯ୍ୟ, ସଭାପତି, ଆଚାର୍ଯ୍ୟ ଟି ସୁରେଶ କୁମାର ଆଚାରୀ ମଧ୍ୟ ସେମାନଙ୍କର ମତ ରଖିଥିଲେ । ଏହି ଅବସରରେ ଅତିଥିମାନଙ୍କୁ ସମ୍ମାନୀତ କରିବା ସହ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମାମାନେ ଶୁଭାଶିଷ ପ୍ରଦାନ କରିଥିଲେ ।ପ୍ରାରମ୍ଭ ରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ମାନଙ୍କ ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ବରିଷ୍ଠ ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁମାନଙ୍କ ପରୀକ୍ଷାର ଶୁଭକାମନା ପାଇଁ ବିଦ୍ୟାଳୟର ସଂସ୍କୃତ ଆଚାର୍ଯ୍ଯ ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ ଶ୍ରୀଶ୍ରୀ ଗୌରୀଶଙ୍କର ମନ୍ଦିରରେ ପୂଜା ଅଭିଷେକ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନବମ ଓ ଦଶମ ଶ୍ରେଣୀର ବିଦ୍ୟାର୍ଥୀ ମାନଙ୍କ ସହିତ ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯାଗଣ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.