
“
ଉମରକୋଟ /ରାଇଘର: ସଂସାରରେ ମାତା ପିତା ହେଉଛନ୍ତି ସନ୍ତାନ ପାଇଁ କଳ୍ପତରୁ ଓ କାମଧେନୁଙ୍କ ଠାରୁ ବଡ଼। ସାକ୍ଷାତ ପରମବ୍ରହ୍ମା ଇଶ୍ୱରଙ୍କ ସହ ତୁଳନୀୟ। ଇଶ୍ୱରଙ୍କ ମନ୍ଦିର ପାଖକୁ ଯାଇ ପ୍ରାର୍ଥନା ଜଣାଇବାକୁ ପଡେ କିନ୍ତୁ ପିତା ମାତାଙ୍କ ପ୍ରାର୍ଥନା କରିବାକୁ ପଡେ ନାହିଁ, ସେ ସନ୍ତାନର ଆବଶ୍ୟକତାକୁ ହୁଦୟଙ୍ଗମ କରି ସନ୍ତାନ ମୁହଁ ଖୋଲି ଜଣାଇବା ପୂର୍ବରୁ ସବୁ କିଛି ପୁରଣ କରି ଦିଅନ୍ତି। ସ୍ଥଳ ବିଶେଷରେ ଆବେଗେର ବସଵର୍ତ୍ତି ହୋଇ ନିଜ ପଦ ମର୍ଯ୍ୟାଦା ଓ ସୁନାମ ସୁଖ୍ୟାତିକୁ ପଛରେ ପକାଇ ପିତା ଡେଇଁ ପଡ଼ନ୍ତି ସନ୍ତାନକୁ ନଷ୍ଟ ଓ କଷ୍ଟରୁ ଉଦ୍ଧାର କରିବା ପାଇଁ। ହେଲେ ଏହି ସନ୍ତାନମାନେ ନିଜ ସ୍ୱଳ୍ପ ବୁଦ୍ଧି ଓ ମାନସିକ ଚାଞ୍ଚଲ୍ୟର ପ୍ରଭାବରେ ଏପରି କଲଙ୍କିତ କର୍ମ କରି ପକାନ୍ତି, ପିତା ପରିବାରରର ମୁଖ୍ୟ ହିସାବରେ ମୁଣ୍ଡ ଉଠାଇ ସମାଜ ଏବଂ ନିଜ ଅଞ୍ଚଳରେ ଦଣ୍ଡାୟମାନ ହୋଇ ପାରନ୍ତି ନାହିଁ।ପରିବାରର ସୁନାମ, ପିଲାଙ୍କ ଭବିଷ୍ୟତ ଓ ସମାଜରେ ସେମାନଙ୍କର ପରିଚୟକୁ ଅକ୍ଷୁର୍ଣ ରଖିବା ପାଇଁ ପିତା ଅନଲ ଭକ୍ଷଣ ଭଳି ପ୍ରଣାନ୍ତକ ଜ୍ୱଳନପୁର୍ଣ ପରିସ୍ଥିତିକୁ ମଧ୍ୟ ଜୀର୍ଣ୍ଣ କରି ଦିଅନ୍ତି ଯାହାକୁ ଅନ୍ୟ କେହି ଜାଣି ପାରନ୍ତି ନାହିଁ। କାରଣ ଏ ସବୁ କଥାକୁ ଦେଖେଇ ହେବା ତାଙ୍କୁ ଜଣା ଣ ଥାଏ। ପିତା ମଧ୍ୟ ମାତା ସ୍ୱଦୃଶ। ମାତାଙ୍କ ସ୍ନେହର ଫାଇଦା ପିଲାମାନେ ନେଇଥାନ୍ତି କିନ୍ତୁ ପିତାଙ୍କ ସ୍ନେହର ଫାଇଦା କେହି ଉଠାଇ ପାରନ୍ତି ନାହିଁ। ପିତା ନିଜ ପରିବାରର ସୁଖ ଶାନ୍ତି ପ୍ରଦାନ କରିବାକୁ ଯାଇ ପ୍ରତିକୂଳ ପାଗରେ, ଖରା, ବର୍ଷାରେ ବିଳବାଡ଼ିରେ, କଳ କାରଖାନାରେ, ବିପଦ ସଙ୍କୁଲ ରାସ୍ତା ଘାଟରେ, ବଣ, ଜଙ୍ଗଳ, ନଦ, ନଦୀ, ପର୍ବତଘେରା ଭୀତିପ୍ରଦ ଅଞ୍ଚଳରେ ନିରାପତ୍ତାକୁ ବିପନ୍ନ କରି ମଧ୍ୟ ସଂଗ୍ରାମ ଚଳାନ୍ତି। ପ୍ରତିଦାନର ଆଶା ନଥାଏ, ମିଳେ ନାହିଁ ମଧ୍ୟ। ଯାହାଙ୍କୁ ପାଇଁ ପିତା ନିଜର ଦେହର ରକ୍ତକୁ ପାଣି କରି ନିଗାଡ଼ି ଦିଅନ୍ତି ସେମାନେ ଆହା କହିବାକୁ ମଧ୍ୟ କୁଣ୍ଠିତ।ପିତା ନିଜ ପରିବାର ପାଇଁ ଯାହା କରନ୍ତି ତାହା ଏକ ମାତ୍ର ଜଗତର ନାଥ ଜଗନ୍ନାଥ ଛଡା ଆଉ କିଏ ଜାଣିବ ଅବା। ଯୋଉଁ ମାନଙ୍କ ପାଇଁ ଏ ସବୁ କରାଗଲା ସେମାନେ କୁହନ୍ତି ” ସେ ତାଙ୍କ କର୍ତ୍ତବ୍ୟ କଲେ, ବଡ଼ କାମ କଣ କଲେ ?। ଅବଶ୍ୟ ଏ ଯୁଗରେ ଏଭଳି ସନ୍ତାନ ଅଛନ୍ତି।ପିତାଙ୍କ ଠାରେ ଥିବା ଆଦର୍ଶ ଓ ମୂଲ୍ୟବୋଧ ଗୁଡ଼ିକ ପିଲାଙ୍କ ପାଇଁ ଅମୁଲ୍ୟ ରତ୍ନ ଯାହାକୁ ଆଧାର କରି ପିଲାମାନେ ଆପେ ଆପେ ସମ୍ବର୍ଦ୍ଧିତ ହୋଇଯାଆନ୍ତି, ଏହା କେହି ଅସ୍ବୀକାର କରି ପାରିବେ କି ?।
“ପିତାଧର୍ମ ପିତାସ୍ୱର୍ଗ…….. ଯାହା ସବୁ କୁହାଯାଇଛି ତାହାର ପ୍ରାମାଣିକ ସତ୍ୟ ଦେଖାଇଲା ଭଳି ଶିକ୍ଷାନୁଷ୍ଠାନ ଆଜି କାଲି ନାହିଁ। ପିତାଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କଲେ ଜଣା ପଡ଼େ ସେ ସୂର୍ଯ୍ୟଙ୍କ ଠାରୁ ଅଧିକ ତେଜୀୟାନ, ନଗଧୀରାଜଙ୍କ ଠାରୁ ଉଚ୍ଚତର ଶୃଙ୍ଗ। ପିତାଙ୍କ ଜୀବଦ୍ଧଶାରେ ଯଦି ତାଙ୍କ ଜାଣି ଣ ହେଲା, ଅନ୍ତଃତପକ୍ଷେ ତାଙ୍କ ବିୟୋଗରେ ଅନୁଭବ କରା ଯାଇ ପାରିବ ଯେ ଏ ପର୍ଯ୍ୟନ୍ତ ପୁତ୍ର ମଥାରେ ଥିବା ଅଦୃଶ୍ୟ ମୁକୁଟଟି ଆଜି ଭୁଲୁଣ୍ଠିତ ହୋଇଗଲା। ଏହି ପରିପ୍ରେକ୍ଷୀରେ ଯଦି କୁହା ଯାଏ ” ପିତା କାଣ ପିତାଦିତ୍ୟ ପିତାହି ହିଁ ନୀଳ ଅଚଳ, ପିତା ପଦପ୍ରାନ୍ତେ ଶାନ୍ତି ସମ୍ପଦ ସକଳ “। ତାହା କେବେ ହେଲେ ଅତୁ୍ୟକ୍ତି ହେବ ନାହିଁ। ପ୍ରକୃତ ଅନୁଭବି ଏହାର ମର୍ମ ଅନୁଭବ କରି ପାରିବେ। ଯଦି ଜଣେ ମନ ଦେଇ ନିଜ ପିତାଙ୍କ ପାଦର ଆକୃତିରେ ଲୁକ୍କାୟିତ ଥିବା ଶୋଭାକୁ ନିରୀକ୍ଷଣ କରନ୍ତି ତେବେ ସେ ଉପରୋକ୍ତ ପଦ୍ୟର ଅନ୍ତରାଲରେ ଥିବା ସତ୍ୟତାକୁ ଜାଣି ପାରିବେ କହି ଅତିରୁ ଅତି ଭାବବିହୋବ୍ବଲ ଓ ଆଖିର ଲୁହରେ ଭାସମାନ ହୋଇ ରାଇଘର ବ୍ଲକ ପାରୁଆ ପଞ୍ଚାୟତ ଅନ୍ତର୍ଗତ ଛତାବେଡ଼ା ଡିଏନକେ (DNK )ଗ୍ରାମ, ଏବଂ ରାଇଘର ଶ୍ରୀ ଶ୍ରୀ ଶ୍ୟାମା ମାଁ ଯାତ୍ରା ସଂଘ କାଳିବାଡ଼ିର ବିଶିଷ୍ଟ ଖଳନାୟକ ଯାତ୍ରା ଅଭିନେତା ପ୍ରଶାନ୍ତ ହାଲଦାର ( ହାବୁ )ପିତା:- ସ୍ବର୍ଗୀୟ ପ୍ରତାପ ହାଲଦାର,ବର୍ଣ୍ଣନା କରି ଆମ ନିସର୍ତ ନ୍ୟୁଜ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି।