ନୟାଗଡ଼ ସହରର ବିଭିନ୍ନ ହୋଟେଲ ଓ ଲଜ୍ ରେ ବଢ଼ି ଚାଲିଛି ଦେହ ବେପାର..!

add-all


ନୟାଗଡ଼: ନୟାଗଡ଼ ସହର ଓ ଆଖପାଖ ଅଞ୍ଚଳରେ କିଛି ହୋଟେଲ ଓ ଲଜ୍ ରେ ଦେହ ବେପାର ଚାଲୁଛି ଦେହ ବେପାର । ନୟାଗଡ଼ ସହରରେ ଥିବା ବିଭିନ୍ନ ହୋଟେଲ ମଧ୍ୟରୁ ନିର୍ଦ୍ଦିଷ୍ଟ ୩-୪ ଟି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବା ବେଳେ ନୟାଗଡ଼ – ଖଣ୍ଡପଡ଼ା ରାସ୍ତାରେ ଜନୈକ ବ୍ୟକ୍ତିଙ୍କ ଘରେ ମଧ୍ୟ ଦେହ ବ୍ୟବସାୟ ହେଉଥିବା ଅଭିଯୋଗ ଆସିଛି । ଇଟାମାଟି ଅଞ୍ଚଳରେ ଥିବା ଏକ କ୍ରସର ରେ ଦେହ ବ୍ୟବସାୟ ଚାଲିଥିବାର ଚର୍ଚ୍ଚା ହେଉଛି ।ଇଟାମାଟି ଅଞ୍ଚଳରେ ଏକ ହୋଟେଲରେ ନିୟମିତ ଦେହ ବ୍ୟବସାୟ ଚାଲୁଥିବା ବେଳେ ସେଠାକାର ପୋଲିସ ସବୁକିଛି ଜାଣି ନଜାଣିବାର ଅଭିନୟ କରୁଛି। ହୋଟେଲ ବା ଲଜ୍ ରେ ରହିବ ପାଇଁ ବିଭିନ୍ନ ନୀତି ଓ ନିୟମ ଥିବା ବେଳେ ଅର୍ଥ ଲୋଭରେ କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ଦେହ ବ୍ୟବସାୟ ପାଇଁ ହୋଟେଲ ବା ଲଜ ମାଲିକ ରୁମ୍ ଦେଉଛନ୍ତି। ଏଥିରେ ଅନେକ କଲେଜ ପଢୁଆ ଛାତ୍ରଛାତ୍ରୀ ବି ସାମିଲ ହେଉଛନ୍ତି। ଜିଲ୍ଲା ପୋଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ହୋଟେଲ ଏବଂ ଲଜ୍ ଗୁଡିକରେ ହେଉଥିବା ଏହି ଅନୈତକ କାର୍ଯ୍ୟ ଗୁଡ଼ିକ ବନ୍ଦ ତଥା ଆବଶ୍ୟକ ତଦନ୍ତ କରାଯାଉ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.