ଆସିକା ବହୁମୁଖୀ ଉପଯୋଗୀ କୋଠା ନିର୍ମାଣ ହେଵ କେବେ…?

add-all

ଅସମାଜିକ ଯୁବକଙ୍କ ଆଡ୍ଡା ପାଲଟିଛି ଉକ୍ତ ସ୍ଥାନ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ର ସ୍ଥଳୀ ରେ ଥିବା ୧୫ ୱାର୍ଡ ରେ ଥିବା ୱେର ହାଉସ ଠାରେ ବହୁମୁଖୀ ଉପ ଯୋଗୀ କୋଠା ପାଇଁ ସ୍ଥାନ ଚହ୍ନଟ ହୋଇଥିଲା। ଉକ୍ତ କୋଠା ନିର୍ମାଣ ପାଇଁ ୨୦୨୩ ମସିହାରେ ୪ କୋଟିରୁ ଉର୍ଦ୍ଧ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିଲେ। ଉକ୍ତ ସ୍ଥାନକୁ ପ୍ରଶାସନିକ ଅଧିକାରୀ ଆସି ସରଜମିନ ତଦନ୍ତ କରିଯାଇଥିଲେ। ବର୍ତ୍ତମାନ ଉକ୍ତ ସ୍ଥାନରେ ଅନ୍ଧାର ଥିବା ଯୋଗୁଁ ଅସମାଜିକ ତତ୍ତ୍ୱମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ସଞ୍ଜ ନଇଁଲେ ମଦ୍ୟପ ଓ ଗଞ୍ଜୁଡୁ ମାନଙ୍କ ଆସର ଜମୁଛି। ସ୍ଥାନ ଚି଼ହ୍ନଟ ହେବା ପରେ ସେଠାରେ କାର୍ଯ୍ୟ ଆରମ୍ଭ ରେ ଅବହେଳା ଯୋଗୁଁ ସେହି ସ୍ଥାନ ଏବେ ସହରର ଆବର୍ଜନା ସ୍ଥଳୀ ପାଲଟିଛି। ଏହାସହ ଆସିକା ନିରଞ୍ଜନ ସରକାରୀ ମହାବିଦ୍ୟାଳୟ ର ଛାତ୍ରାଵାସ ନୂତନ କୋଠା ନିର୍ମାଣ ପାଇଁ ପୁରୁଣା କୋଠା ଭଙ୍ଗାଯାଇଛି। ଉକ୍ତ କୋଠା ଏବେ ଭଗ୍ନ ଅବସ୍ଥାରେ ରହିଛି। ଆସିକା ଅଞ୍ଚଳରେ କାର୍ଯ୍ୟରତ ବାବୁ ମାନଙ୍କ ମଧ୍ୟରେ ତାଳମେଳ ରହୁନଥିବା ଯୋଗୁଁ ବହୁ କାର୍ଯ୍ୟ ଅର୍ଦ୍ଧନିର୍ମିତ ଭାବେ ପଡ଼ି ରହିଛି। ଆସିକା ଅଞ୍ଚଳ ରେ “ସରକାର କା ମାଲ ଦରିଆ ମେ ଡ଼ାଲ ” ନୀତିରେ କାର୍ଯ୍ୟ ଚାଲିଛି।

ad-week
Leave A Reply

Your email address will not be published.