ନୟାଗଡ଼: ନୟାଗଡ଼ ଜିଲ୍ଲାର ଶରଣକୁଳ ଥାନା ବଡ଼ଗୋରଡ଼ା ଗ୍ରାମର ତ୍ରିନାଥ ପରିଡାଙ୍କ ପୁଅ ତୋଫାନ ପରିଡ଼ା ନିଜ ସ୍ତ୍ରୀ ରଞ୍ଜିତା ଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟା କରି ତୋଫାନ ପରିଡ଼ା ଫେରାର ଅଛନ୍ତି। ସୂଚନା ଅନୁଯାୟୀ ସ୍ୱାମୀ ତୋଫାନ ଏବଂ ସ୍ତ୍ରୀ ରଞ୍ଜିତା ଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲଗିରହୁଥିଲା । ଏହି କାରଣ ପାଇଁ ରଞ୍ଜିତା ତା ବାପ ଘରେ କିଛିଦିନ ହେବ ରହି ଆସୁଥିଲେ । ଗାଁ ର କିଛି ଭଦ୍ରଲୋକ ଏବଂ ଥାନା ପକ୍ଷରୁ ବୁଝାସୁଝା ପରେ ରଞ୍ଜିତା ଶାଶୁ ଘରକୁ ଆସିଥିଲା । ପୁଣି ଥରେ ତୋଫାନ ଏବଂ ରଞ୍ଜିତା ମଧ୍ୟରେ ଝଗଡ଼ା ହେଲା । ଏଥିରେ ସ୍ୱାମୀ ତୋଫାନ ନିଜର ହିତାହିତ ଜ୍ଞାନ ହରାଇ ନିଜ ସ୍ତ୍ରୀ ରଞ୍ଜିତା କୁ ପିଟିପିଟି ହତ୍ୟା କରି ଫେରାର ହୋଇଗଲା । ଅଚେତ ଅବସ୍ଥାରେ ପଡ଼ିଥିବା ବୋହୂ କୁ ଡାକିବାରୁ ନ ଶୁଣିବାରୁ ସାହି ପଡିଶା ଲୋକଙ୍କୁ ଡାକିଥିଲେ ରଂଜିତାଙ୍କ ଶାଶୁ । ରଞ୍ଜିତା କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶରଣକୁଳ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିବା ବେଳେ ରଞ୍ଜିତା ର ଭାଇ ସୌମ୍ୟ ରଞ୍ଜନ ଥାନାରେ ଅଭିଯୋଗ କରିଛନ୍ତି । ଶରଣକୁଳ ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ ତୋଫାନ ୧୩ ବର୍ଷ ତଳେ ଇଟାମାଟି ଥାନା ଅଙ୍କୁଲାଇ ପାଟଣା ର ଗଦାଧର ପ୍ରଧାନଙ୍କ ଝିଅ ରଞ୍ଜିତା କୁ ବିବାହ କରିଥିଲା। ଉକ୍ତ ଘଟଣା କୁ ନେଇ ଶରଣକୁଳ ଥାନାରେ କେସ ନମ୍ୱର ୨୦/୨୫ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ l
