ଆସିକା : ଅଧିକାଂଶ ବାବୁଙ୍କ ସରକାରୀ ଗାଡ଼ି ଘରୋଇ କାର୍ଯ୍ୟରେ ନିୟୋଜିତ ….!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଥିବା ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଅଫିସର ମାନେ ବାହାରେ ରହୁଛନ୍ତି। ଶନିବାର ରବିବାର ହେଲେ ବାବୁ ମାନେ ମଉଜ ମଜଲିସ କରିବାକୁ ସରକାରୀ ଗାଡ଼ିକୁ ସାଙ୍ଗରେ ଧରି ଯିବା ସମ୍ପର୍କ ରେ ରୀତିମତ ଅଭିଯୋଗ ହୋଇ ଆସୁଛି। ସରକାରୀ ଗାଡ଼ିକୁ ବିଭିନ୍ନ ସମୟରେ ଘରୋଇ କାର୍ଯ୍ୟରେ ବି ବିନିଯୋଗ କରୁଥିବା ଦେଖିବାକୁ ମିଳୁଛି। ସରକାରୀ କାର୍ଯ୍ୟାଳୟ କୁ ନିୟମିତ ଭାବର ଆସୁଥିବା ଓ ସାଇଟ କୁ ଯାଇଥିବା ବାହାନା କରୁଥିବା ମଧ୍ୟ ଆଲୋଚନା ହେଉଛି। ସରକାରୀ ବାବୁ ମାନେ ଲୋକଙ୍କ ସେବା ନକରି ଧର୍ମକୁ ଆଖି ଠାର ଭଳି କାର୍ଯ୍ୟାଳୟ କୁ ଆସୁଛନ୍ତି। ଗଞ୍ଜାମ ଜିଲ୍ଲାପାଳ ପୂର୍ବ ସୂଚନା ନଦେଇ ସରକାରୀ କାର୍ଯ୍ୟାଳୟ କୁ ଅଚାନକ ଗସ୍ତ ରେ ଆସିଲେ କେଉଁ ବାବୁ କେଉଁ ସ୍ଥାନକୁ ଯାଇଛନ୍ତି, ତାହାର ଗୁମର ଖୋଲିବ। ନୂତନ ସରକାର ଆସିବା ପରେ ବାବୁ ମାନେ ରିଲାକ୍ସ ଥିବାଭଳି ଦେଖିବାକୁ ମିଳୁଛି। ସାଧାରଣ ଜନତା ଦୂର ଦୁରାନ୍ତ ରୁ ଆସି ବାବୁ ମାନଙ୍କୁ ଗୁହାରି କହିବାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି।

ad-week
Leave A Reply

Your email address will not be published.