ବ୍ଲକସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ସଭାଗୃହରେ ବ୍ଲକସ୍ତରୀୟ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ଅତିରିକ୍ତ ବିଡ଼ିଓ କବିତା କୁମାରୀ ପ୍ରଧାନ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରୁନ୍ଧତୀ ପଣ୍ଡା, ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ବିଶ୍ୱଜିତ୍ ଜେନା, ପରାମର୍ଶ ଦାତା ଭାବେ ଦେବବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ କର୍ମଶାଳାରେ ଅଂଶଗ୍ରହଣକାରୀଙ୍କ ଦାୟିତ୍ବ ସମ୍ପର୍କରେ ବୁଝାଇଥିଲେ । ବ୍ଲକର ବିଭିନ୍ନ ଗ୍ରାମରେ ଥିବା ପାନୀୟଜଳ ଓ ପରିମଳ ଭିତ୍ତିଭୂମି ର ସୁପରିଚାଳନା ଏବଂ ତାର ରକ୍ଷଣାବେକ୍ଷଣ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗାଁ ଜଳ ଓ ପରିମଳ କମିଟି ସଦସ୍ୟ, ସିଆରପି, ଏମବିକେ, ସରପଞ୍ଚ,ବିଭିନ୍ନ ଜନପ୍ରତିନିଧି ମାନଙ୍କ ସହିତ ପଞ୍ଚାୟତ ଅଧିକାରୀ ମାନେ ଯୋଗଦେଇଥିଲେ । ଗାଁ ଜଳ ଓ ପରିମଳ କମିଟି, ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସହଭାଗିତାରେ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସ୍ଥିର ହୋଇଥିଲା ।

ad-week
Leave A Reply

Your email address will not be published.