ଭୁବନ ନଗରପାଳଙ୍କ ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ ରଥ ଉଦଘାଟିତ

add-all

ବ୍ରହ୍ମପୁର : ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରରେ ସ୍ୱଚ୍ଛତା କରିବା ଉଦେଶ୍ୟରେ ସ୍ୱଚ୍ଛ ସର୍ବେକ୍ଷଣ ରଥ କୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଭୁବନ ନିର୍ବାହୀ ଅଧିକାରୀ ଲୋକ ନାଥ ବେଜ ଓ ସମସ୍ତ ୱାର୍ଡ ସଭ୍ୟ ଅଂଶ ଗ୍ରହଣ କରିଥିଲେ। ଭୁବନ ବିଜ୍ଞାପିତ ଅଞ୍ଚଳ ର ୧୫ ଗୋଟି ୱାର୍ଡ ରେ ସ୍ୱଚ୍ଛତା କୁ ନେଇ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା କରିବା ଏହାର ମୂଳ ଲକ୍ଷ । ଏକ ସୁନ୍ଦର ଭୁବନ ସ୍ୱଚ୍ଛ ଭୁବନ ଗଢ଼ି ତୋଳିବାକୁ ହେଲେ ଭୁବନ ସହର କୁ ସଫା ସୁତାର ରଖିବା ସହ ପରିମଳ କୁ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି ବୋଲି ନିର୍ବାହୀ ଅଧିକାରୀ ଲୋକନାଥ ବେଜ କହିଥିଲେ। ଭୁବନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ମହିଳା ମହା ବିଦ୍ୟାଳୟର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ୱଚ୍ଛ ସାଥି ଓ ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.