ନୟାଗଡ : ରାସନକାର୍ଡ ଫେରାଇବାକୁ ନୋଟିସ…


ନୟାଗଡ଼: ରାସନକାର୍ଡ ଫେରାଇବେ ସରକାରୀ ଚାକିରିଆ, ଧନୀକବ୍ୟକ୍ତି,ଏବଂ ଚାରି ଚକିଆ ଗାଡିମାଲିକ । ସରକାରଙ୍କ ନିଷ୍ପତି ପରେ ଜିଲ୍ଲା ଯୋଗାଣ ବିଭାଗ ଏଗୁଡ଼ିକର ଅନୁସନ୍ଧାନ କରି ଯାଞ୍ଚ କରୁଛି ।ବିଭିନ୍ନ ବ୍ଲକର ଇନକମ୍ ଟ୍ୟାକ୍ସ ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ କାର୍ଡ ଫେରସ୍ତ ପାଇଁ ନୋଟିସ କରାଯାଇଛି ।ଏହା ପରେ ଧନୀକ ବ୍ୟକ୍ତି ଓ ଚାରିଚକିଆ ଗାଡ଼ି ମାଲିକ ମାନଙ୍କୁ ପର୍ଯ୍ୟାୟକ୍ରମେ ନୋଟିସ କରାଯିବ ବୋଲି ଜଣାପଡିଛି ।ରାସନ କାର୍ଡ ରେ ଅଯୋଗ୍ୟ ହିତାଧିକାରୀ, ମୃତ ହିତାଧିକାରୀଙ୍କୁ ବାଦ ଦେଇ ନୂତନ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରିବା ପାଇଁ ଇ- କେୱାଇସି ପଞ୍ଜିକରଣ ଚାଲୁରହିଛି ।ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜିକରଣ କାର୍ଯ୍ୟ ନସରିବାରୁ ଏହାର ଅବଧିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ନୟାଗଡ଼ ଜିଲ୍ଲାରେ ୫୭ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ଇ- କେୱାଇସି କରିନଥିବା ଜଣାପଡିଛି । ଜିଲ୍ଲା ଯୋଗାଣ ବିଭାଗର ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲାରେ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨୯୦ଟି କେନ୍ଦ୍ରରେ ମୋଟ ୭ ଲକ୍ଷ ୫୦ ହଜାର୯୬୪ ଜଣ ରାସନକାର୍ଡ ହିତାଧିକାରୀ ଅଛନ୍ତି ।ବିଭିନ୍ନ ଅଞ୍ଚଳରେ ନେଟୱର୍କ ନଥିବା କାରଣରୁ ୨୦୮୬୭ ଜଣ ହିତାଧିକାରୀ ଅଫଲାଇନ୍ ପଞ୍ଜୀକୃତ କରାଯାଇଛି ।ଯେଉଁମାନେ ମାର୍ଚ୍ଚ୩୧ ପୂର୍ବରୁ ଇ-କେୱାଇସି କରିବେ ନାହିଁ ସେମାନେ ରାସନ କାର୍ଡ ତାଲିକାରୁ ବାଦ ଦିଆଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି କହିଛନ୍ତି ।ବର୍ତମାନ ନୟାଗଡ଼ ଜିଲ୍ଲାରେ ୫୭୯ ପରିବାର ୨୧୫୫ ଜଣ ସରକାରୀ ଚାକିରିଆ ରାସନ କାର୍ଡରୁ ବାଦ ପଡିଛନ୍ତି ।ମାସିକ ୧୫ ହଜାର ରୋଜଗାର ଥିବା ୯୮୯ ପରିବାରର ୩୮୯୩ ଜଣ ରାସନ କାର୍ଡ ରୁ ବଞ୍ଚିତ ହେବାର ସୂଚନା ମିଳିଛି । ବର୍ତମାନ ସୁଦ୍ଧା ୫୭ ହଜାର ୪୦୩ ଜଣ ହିତାଧିକାରୀ ଇ – କେୱାଇସି କରିନଥିବା ଜଣା ପଡିଛି ।

nis-ad
Leave A Reply

Your email address will not be published.