ହିଞ୍ଜିଳିକାଟୁ ରେ +୨ ପରୀକ୍ଷା ଦେଲେ ୪୧୮ ବିଦ୍ୟାର୍ଥୀ

add-all

ହିଞ୍ଜିଳିକାଟୁ ୧୮/୨ : ସାରା ରାଜ୍ୟରେ ମଙ୍ଗଳବାର ଠାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି ।ଏହି ପରୀକ୍ଷା ରାଜ୍ୟର ୧୧୪୩ କେନ୍ଦ୍ରରେ ଅନୁଷ୍ଠିତ ହେଉଛି । ସେଥିମଧ୍ୟରେ ପ୍ରାୟ ୨୦୪୧ ଜୁନିୟର କଲେଜରେ ପାଖାପାଖି ୩,୫୦,୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ବିଜ୍ଞାନ ଓ ବାଣିଜ୍ୟର ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି । ସେଥିରୁ ହିଞ୍ଜିଳିକାଟୁ ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ସାହିତ୍ୟ ମାତୃଭାଷା ୪୧୮ ଜଣ ପରିକ୍ଷା ଦେଇଛନ୍ତି। ସେଥୁରୁ ରେଗୁଲାର ୫ଜଣ ଓ ଏକ୍ସ ରେଗୁଲାର ଜଣେ ବିଦ୍ୟାର୍ଥୀ ଅନୁପସ୍ଥିତ ରହିଛନ୍ତି।ପରୀକ୍ଷା ହବରେ ଆଜି ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଈଛି। ମାର୍ଚ୍ଚ ୨୮ରେ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ୪ରୁ ଖାତା ଦେଖା ଆରମ୍ଭ ହେବ। ଚଳିତବର୍ଷ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ବ୍ୟବସ୍ଥା ଥିବା ବେଳେ ପରୀକ୍ଷାକେନ୍ଦ୍ରରେ ସ୍କ୍ୱାର୍ଡ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଯଦି କୌଣସି ଅଧ୍ୟାପକ କିମ୍ବା କର୍ମଚାରୀଙ୍କ ପାଖରେ ମୋବାଇଲ ଥିବା ଜଣାପଡେ ତେବେ ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ରାଜ୍ୟରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ କଡା ସୁରକ୍ଷା ବଳୟ ମଧ୍ୟରେ ପରିକ୍ଷା ଆରମ୍ଭ କରାଯାଇଛି । ଏଥିପାଇଁ ପରିକ୍ଷା କେନ୍ଦ୍ର ମଧ୍ୟକୁ ପରିକ୍ଷାର୍ଥୀମାନଙ୍କୁ ସ୍ମାର୍ଟୱାଚ୍ ନେବା ପାଇଁ ବାରଣ କରାଯାଇଛି ।

ad-week
Leave A Reply

Your email address will not be published.