ସ୍ବାଭିମାନ ଅଞ୍ଚଳରେ ସୁଧୁରୁନି ଶିକ୍ଷା ବ୍ୟବସ୍ଥା

add-all

ଚିତ୍ରକୋଣ୍ଡା : ଗତ କିଛିଦିନ ପୁର୍ବରୁ ବିଦ୍ୟାଳୟରେ ଶିକ୍ଷକମାନେ ସଠିକ୍ ସମୟରେ ଆସୁନଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ତେବେ ପୁଣି ଥରେ ସେହି ଆର. ଏସ୍. ସି – ୧୨ ବିଦ୍ୟାଳୟରେ ଶିକ୍ଷାରେ ଅବହେଳା ଦେଖିବାକୁ ମିଳିଛି। କିଏ କାଠ ହାଣିବାରେ ବ୍ୟସ୍ତ ତ ଆଉ କିଏ ତାର ବାଡ଼ ତିଆରି କରିବାରେ ତ ଆଉ କିଏ ଖୁଣ୍ଟ ପୋତିବାରେ ଲାଗିପଡିଛନ୍ତି କୋମଳମତି ଛାତ୍ର। ଆଦିବାସୀ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ନିୟମିତ ଆସିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ କରୁଛନ୍ତି । ହେଲେ କିଛି ଶିକ୍ଷକ ନିୟମିତ ଆସୁନଥିବା ବେଳେ ଆଉ କିଛି ଶିକ୍ଷକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ ପରିବର୍ତ୍ତେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଉଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଚିତ୍ରକୋଣ୍ଡା ବ୍ଳକ ଅନ୍ତର୍ଗତ ବଡପଦର ପଂଚାୟତର ଆର. ଏସ୍. ସି – ୧୨ ବିଦ୍ୟାଳରେ। ଆଦିବାସୀ ଅଞ୍ଚଳରେ କିଭଳି ଶିକ୍ଷା ବ୍ୟବସ୍ଥା ଚାଲିଛି ଏହି ଚିତ୍ର ସମ୍ପୂର୍ଣ ବୟାନ କରୁଛି। ତେବେ ସ୍ବାଭିମାନ ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରଙ୍କ ଆଗାମୀ ଦିନର ଭବିଷ୍ୟତ କିଭଳି ଉଜ୍ଜ୍ବଳମୟ ହୋଇପାରିବ ତାହାକୁ ନେଇ ଚିନ୍ତାରେ ଅଭିଭାକ।

ad-week
Leave A Reply

Your email address will not be published.