ମମତା ଯୋଜନାରେ ବୃଦ୍ଧାଙ୍କୁ ଗର୍ଭବତୀ ଦର୍ଶାଇ ଯୋଜନା ଅର୍ଥ ହରିଲୁଟ

add-all

ମାଲକାନଗିରି, ୧୮।୨ : ୫୧ ବର୍ଷ ବୃଦ୍ଧା ମହିଳାଙ୍କୁ ଗର୍ଭବତୀ ଦେଖାଇବା ସହ ତାଙ୍କ ନାମରେ ମମତା ଯୋଜନାରେ ଆସୁଥିବା ଅର୍ଥକୁ ହରିଲୁଟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମ. ଭି.୨୩ ଓ ଆଖ ପାଖ ଗାଁରୁ। ତେବେ ମମତା ଯୋଜନା ପୋର୍ଟାଲରୁ ମଧ୍ୟ ଏହାର ପ୍ରମାଣ ମିଳିଥିବା ବେଳେ ୬୦ରୁ ଉର୍ଦ୍ଧ ବୃଦ୍ଧା ମହିଳାଙ୍କୁ ଗର୍ଭବତୀ ଦର୍ଶାଇ ମମତା ଯୋଜନା ମାଧ୍ୟମରେ କରାଯାଇଛି ଲକ୍ଷାଧିକ ଟଙ୍କାର ହରି ଲୁଟ୍। ବୃଦ୍ଧା ମହିଳାଙ୍କୁ ଗର୍ଭବତୀ ଦର୍ଶାଇ ମମତା ଯୋଜନା ମାଧ୍ୟମରେ ପ୍ରତି ଗର୍ଭବତୀ ମହିଳାଙ୍କ ନାମରେ ଆସିଥିବା ୬ ହଜାର ଟଙ୍କାର ସହୟତ ରାସୀକୁ ବ୍ୟାଙ୍କ ଖାତରୁ ଗ୍ରାମର ନିତ୍ୟାନନ୍ଦ ନାମକ ଜଣେ ବ୍ୟକ୍ତି ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଏହି ଅର୍ଥ କାହାକୁ ଯାଉଛି ଏବଂ ଏଥିରେ ବିଭାଗୀୟ ଅଧିକାରୀଙ୍କ ଭୂମିକା କଣ ତାହାକୁ ନେଇ ସନ୍ଧେ ସୃଷ୍ଟି ହୋଇଛି। ତେବେ ଏ ବିଷୟରେ ଆମେ ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କୁ ପଚାରିବାରୁ ସେମାନେ କିଛି ଜାଣି ନାହାନ୍ତି ବୋଲି କହିଛନ୍ତି। କିପରି ବୃଦ୍ଧା ମହିଳା ମାନଙ୍କୁ ସରକାରୀ କାଗଜ କଲମରେ ଗର୍ଭବତୀ କରାଗଲା ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଥିବା ବେଳେ ଘଟଣା କୁ ନେଇ ବୃଦ୍ଧା ମହିଳା ମାନେ ଗଣ ମାଧ୍ୟମ ଆଗକୁ ଆସିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ କୋରୁକୋଣ୍ଡା ଭରପ୍ରାପ୍ତ ସିଡିପିଓ ରଜନୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଘଟଣା ବିଷୟରେ ଅବଗତ ନଥିବା ସହ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ଏନେଇ ଆମେ ଜିଲ୍ଲାପାଳ ଅଶିଶି ଇଶ୍ଵର ପାଟିଲଙ୍କୁ ମଧ୍ୟ ଅବଗତ କରାଇଥିବା ବେଳେ ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନିଆଜୀବ ବୋଲି ସେ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.