ନବରଙ୍ଗପୁର ଠାରେ ଜନ୍ମଗତ ବକ୍ରପାଦ ଅସ୍ତ୍ରୋପଚାର ଆକଳନ ଶିବିର ଅନୁଷ୍ଠିତ


ନବରଙ୍ଗପୁର : ଆଜି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟ ପରିସରରେ ଅବସ୍ଥିତ ଜିଲ୍ଲା ଦିବ୍ୟାଙ୍ଗ ପୁନର୍ବାସ କେନ୍ଦ୍ର ଠାରେ ଜିଲ୍ଲାର ସମସ୍ତ ଜନ୍ମଗତ ବକ୍ରପାଦକୁ ଅସ୍ତ୍ରୋପଚାର ମାଧ୍ୟମରେ ଚିକିତ୍ସା କରିବା ପାଇଁ ଏକ ନିରୀକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ଜିଲ୍ଲାପାଳ ଡ଼ଃ ଶୁଭଙ୍କର ମହାପାତ୍ର ପରିଦର୍ଶନ କରି ବକ୍ରପାଦ ଧାରୀ ଶିଶୁମାନଙ୍କ ଆବଶ୍ୟକ ଚିକିତ୍ସା ଉପରେ ଗୁରୁତ୍ବ ଦେଇଥିଲେ।ଉକ୍ତ ଶିବିରରେ ଜିଲ୍ଲାର ମୋଟ ୭୦ ଜଣ ବକ୍ରପାଦ ଧାରୀ ଶିଶୁଙ୍କର ଚିକିତ୍ସା ଯୋଗ୍ୟ ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟରୁ ୬୦ ଜଣ ଶିଶୁ ଙ୍କୁ ଚିହ୍ନଟ କରାଯାଇ ଥିଲା। ଆଗାମୀ ମାର୍ଚ୍ଚ ମାସ ଦ୍ଵିତୀୟ ସପ୍ତାହ ରେ ଏହି ଶିଶୁ ମାନଙ୍କ ର ଅସ୍ତ୍ରୋପଚାର ଦିନ ଧାର୍ଯ୍ୟ କରାଯାଇ ତାଙ୍କର ଅଭିଭାବକ ମାନଙ୍କୁ ଜଣାଇ ଦିଆଯାଇ ଅଛି।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଶିବିର ରେ ଡି. ଡି. ଆର୍. ଓ କନ୍ଧମାଳ ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ଶିଶୁ ମାନଙ୍କ ବକ୍ରପାଦ ଚିକିତ୍ସା ନିମନ୍ତେ ପରୀକ୍ଷା ନିରୀକ୍ଷା କରିବା ସହ ବକ୍ର ପାଦଧାରୀ ଙ୍କ ଆବଶ୍ୟକ ପଦକ୍ଷେପ ନେଇଥିଲେ।

ad-week
Leave A Reply

Your email address will not be published.