ଲୁଟ ଘଟଣାରେ ୩ଜଣକୁ ଗିରଫ କଲା ଗୋଳନ୍ଥରା ପୁଲିସ

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ କେ.ସୁମାଣ୍ଡି ଗ୍ରାମର କେ. ଆପନ୍ନା ପାତ୍ର ତାଙ୍କ ଧର୍ମପତ୍ନୀ କେ. ସଙ୍ଗୀତା ପାତ୍ରଙ୍କ ସହିତ ବ୍ରହ୍ମପୁରରୁ ନିଜ ଗ୍ରାମ ସୁମାଣ୍ଡି କୁ ଫେରୁଥିବା ବେଳେ ହଳଦିଆପଦର ଓଭରବ୍ରିଜରେ ଦୁଇଜଣ ଯୁବକ କେଟିଏମ୍ ବାଇକ ରେ ଆସି ତାଙ୍କୁ ଇଛାପୁରମ ଯିବା ରାସ୍ତା ପଚାରିଥିଲେ । ସେମାନେ କହିବା ବେଳେ ଦୁର୍ବୃତମାନେ ସଙ୍ଗୀତାଙ୍କ ବେକରୁ ୧୮ ଗ୍ରାମ ଓଜନର ଏକ ସୁନା ଲକେଟକୁ ଝାମ୍ପି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ କେ. ଆପନ୍ନା ପାତ୍ର ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଥିଲେ । ଏସଂକ୍ରାନ୍ତରେ ପୁଲିସ ଜରଡ଼ା ଥାନା ଅନ୍ତର୍ଗତ ପାତ୍ରପୁର ବଜାର ସାହିର ରଞ୍ଜନ ସାହୁ(୨୨), ମୁରଲୀ ସେଠୀକୁ ଗିରଫ କରିଛି । ଏହି ଡ଼କାୟତିମାନେ ବେଙ୍ଗୁଲୋରରେ କାମ କରୁଥିବା ବେଳେ କିଛି ଦିନ ହେଲା ନିଜ ଅଂଚଳକୁ ଫେରି ଏଭଳି ଲୁଟପାଟ କରୁଥିଲେ । ସେମାନଙ୍କ ନାମରେ ପୂର୍ବରୁ ମେରାଇନ ପୁଲିସ ଥାନା, ଗୋଳନ୍ଥରା ଥାନା, ସଦର ଥାନା, ହିଞ୍ଜିଳି ଥାନା ଅଂଚଳରେ ଚେନ ଲୁଟି ନେଇଥିବା ମାମଲା ରହିଛି । ପୁଲିସ ସେମାନଙ୍କ ନିକଟରୁ ୨୬.୧୪ ଗ୍ରାମର ଏକ ସୁନା ନେକ୍ଲେସ,୧୭ଗ୍ରାମ ଓଜନର ସୁନା ଚେଇନ, ୩୦ଗ୍ରାମ ଓଜନର ସୁନା ଚେଇନ, ୬ ଗ୍ରାମ ଓଜନର ସୁନା ଚେଇନ, ୧.୧୯ ଗ୍ରାମର ୩ଟି କାନ ଫୁଲ ଜବତ କରିଛି । ସେମାନଙ୍କ ନିକଟରୁ ୩ଟି ମୋବାଇଲ, ନଗଦ ୪୮ ହଜାର ଟଙ୍କା ଏବଂ ଓଡ଼ି୩୩ଏଏଲ୍୬୪୪୮ ନମ୍ବର ବିଶିଷ୍ଟ ଏକ କେଟିଏମ୍ ବାଇକକୁ ମଧ୍ୟ ପୁଲିସ ଜବତ କରିଛି । ଏବଂ ଚୋରି ସୁନା ଅଳଙ୍କାରକୁ କିଣିଥିବା ଅଭିଯୋଗରେ ବୁରତାଲ ଗ୍ରାମର ଗୋବର୍ଦ୍ଧନ ନାୟକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

nis-ad
Leave A Reply

Your email address will not be published.