ରାସ୍ତାକଡ ଫାଷ୍ଟଫୁଡ ଦୋକାକୁ ଧକ୍କା ଦେଇ ଓଲଟିଲା କାର…

add-all


ହିଞ୍ଜିଳିକାଟୁ, ତା ୧୯।୨(): ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା ସିନେମାହଲ ଛକରେ ରାସ୍ତା କଡରେ ଥିବା ଏକ ଫାଷ୍ଟଫୁଡ ଦୋକାନ ଧକ୍କା ଦେଇ ଏକ କାର୍ ଓଲଟି ପଡିଛି। ଦୂର୍ଘଟଣାରେ କୈାଣସି ଧନଜୀବନ ନଷ୍ଟ ହୋଇନଥିବା ବେଳେ ଗାଡି ଧକ୍କାରେ ଫାଷ୍ଟଫୁଡ ଦୋକାନଟି ଚୁରମାର ହୋଇଯାଇଛି। ବୁଧବାର ଭୋର ପ୍ରାୟ ସାଢେ ୫ଘଣ୍ଟା ସମୟରେ ଭଞ୍ଜନଗର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ କାର୍ (ଓଡି୦୭ଏପି ୫୨୫୩) ହିଞ୍ଜିଳିକାଟୁ ସିନେମାହଲ୍ ଛକରେ କାର୍ ଚାଳକଙ୍କ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ୨ଟି ଗଛ ଏକ ଫାଷ୍ଟଫୁଡ ଦୋକାନକୁ ଧକ୍କା ଦେଇଥିଲା। ତେବେ ଦୂର୍ଘଟଣାରେ ଚାଳକ ଓ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ କାରକୁ ଉଦ୍ଧାର କରି ଥାନାକୁ ଆଣିଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି। ଫାଷ୍ଟଫୁଡ ଦୋକାନୀ ମାଲିକ ଗରୀବ ଶ୍ରେଣୀର ହୋଇଥିବାରୁ ସହାୟତା ପ୍ରଦାନ ନେଇ ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।


ad-week
Leave A Reply

Your email address will not be published.