କାଳ ବୈଶାଖୀର ତାଣ୍ଡବ : ପ୍ରବଳ ବର୍ଷା ଓ ପବନରେ ଘରର ଛପର ଉଡ଼ିଲା…

add-all


ବାଲିଗୁଡା, ତା, ୨୦/୦୨: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ହଠାତ ବର୍ଷା ଓ ପବନ ଯୋଗୁଁ ଏକାଧିକ ଲୋକଙ୍କ ଘରର ଛପର ଉଡିବା ସହ ଆଜବେଷ୍ଟସ ଉଡି ଭାଙ୍ଗି ନଷ୍ଟ ହୋଇଛି। ସୂଚନା ଯେ ପ୍ରତିଦିନ ଭଳି ଲୋକମାନେ ରାତିରେ ଖାଇ ପିଇ ଶୋଇପଡ଼ିଥିଲେ। ହଠାତ ବିଳମ୍ବିତ ରାତିରେ କେହି କିଛି ବୁଝିବା ଆଗରୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହୋଇଥିଲା। ଫଳରେ ଉକ୍ତ ଗ୍ରାମର ମାଙ୍ଗେରା ପ୍ରଧାନ , ରୁପେନ୍ଦ୍ର ପ୍ରଧାନ , ସୁକିରାମ ପ୍ରଧାନ , ପପୁ ପ୍ରଧାନ , ଦିବ୍ୟାଙ୍ଗ ବ୍ୟକ୍ତି ରାଧାନାଥ ପ୍ରଧାନଙ୍କ ଘରର ଛପର ଉଡିବା ସହ ବର୍ଷା କାରଣରୁ ଘରର ଅନେକ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ସେମାନେ ଏବେ ବେସାହାରା ହୋଇ ରହିଛନ୍ତି । ଏଣୁ ଏଥିପ୍ରତି ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ad-week
Leave A Reply

Your email address will not be published.