
ମାଲକାନଗିରି, ୨୦।୨ ମାଲକାନଗିରି ଜିଲ୍ଲାରେ ବିଏସଏଫ ଆସିବା ଦିନ ଠାରୁ ଲୋକଙ୍କୁ ସୁରକ୍ଷା ସହ ବିଭିନ୍ନ ସେବା ଯୋଗାଇ ଦୁର୍ଗମ ଗ୍ରାମଗୁଡ଼ିକର ଲୋକଙ୍କ ପାଖରେ ପହଞ୍ଚିଛି। ଏହି କ୍ରମରେ ଆଜି ବିଏସଏଫ ପକ୍ଷରୁ ଏକ ଜନ ସମ୍ପର୍କ ଶିବିରର ଆୟୋଜନ କାଯାଇଥିଲା। ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲିରେ ବିଏସଏଫ କ୍ୟାମ୍ପ ପକ୍ଷରୁ ଜନ ସମ୍ପର୍କ ଶିବିର କରି ସେଠାରେ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ସହ ଅତ୍ୟାବଶ୍ୟକୀୟ ଘର କରଣା ସାମଗ୍ରୀ ବଣ୍ଟନ କରଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ମାଥିଲି ଗୋଶତି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ ମଧ୍ୟ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଅବସରରେ ବିଏସଏଫର ବାଟାଲିୟନ୨ କମାଣ୍ଡାଣ୍ଟ ବରୁଣେନ୍ଦ୍ର ପ୍ରତାପ ସିଂହ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବିଏସଏଫ କର୍ତ୍ତନପାଲି କମ୍ପାନୀ କମାଣ୍ଡର ଜଗଜୀବନ ଏବଂ ଯବାନ ମାନେ ଉପସ୍ଥିତ ଥିଲେ।