ବାଇକରୁ ପଡି ଯୁବକ ମୃତ

add-all

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ଜୟଡେଗା ପଞ୍ଚାୟତ ଅନ୍ତର୍ଗତ ଝାରବେଡା ଗ୍ରାମର ରାଜେଶ ବାକ୍ସଳାଙ୍କ ପୁଅ ସୁରଜ ବାକ୍ସଳା ୨୪ ବର୍ଷ ଗତ ତା ୧୧/୦୨/୨୫ ରିଖ ସନ୍ଦ୍ୟା ପ୍ରାୟ ୭ଟା ସମୟରେ ନିଜ ବାଇକ ନମ୍ବର OD 14 AG 4843 ଯୋଗେ ପୂର୍ଣାପାଣି ଆଡକୁ ଯାଉଥିବା ବେଳେ ରାସ୍ତା ମୁହାଣୀ କାଟିନପାରି ଥିବାରୁ ଗୋଟିଏ ମହୁଲ ଗଛକୁ ପିଟି ଥିବାରୁ ମୁଣ୍ଡ ଫାଟି ଥିଲା ଯାହା ଫଳରେ ପ୍ରଚୁର ମାତ୍ରାରେ ରକ୍ତ ଶ୍ରାବ ହୋଇଥିଲା | ଏବଂ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇଥିଲେ | ସ୍ଥାନୀୟ ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଡକାଇ କୁଆଁରମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଁ ଥିଲେ ! ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପାଇଁ ଘରୋଇ ଜୟପ୍ରକାଶ ହସ୍ପିଟାଲରେ ଭର୍ତି କରିଥିଲେ ! ଗତ କାଲି ତା ୧୮/୦୨/୨୫ ରିଖ ରାତ୍ର ପ୍ରାୟ ୧୦ ଟା ସମୟରେ ସୁରଜ ବାକ୍ସଳା ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସାହେବ ମୃତୁ ଘଷଣା କରିଥିଲେ ! ଏହା ଜାଣି ପରିବାର ଲୋକେ ଆଜି ରାଏବଗା ଥାନାରେ ଏକ ଲିଖିତ ଦଶରଖାସ୍ତ ଦେଇଥିଲେ ! ଥାନା ଅଧିକାରୀ ବାଲୁଙ୍କେଶ୍ୱର ନାଏକ ଘଟଣା ସ୍ଥଳରେ ପହୁଁଚି ସବ ଜବତ କରି, ବେଵାଚ୍ଛେଦ କରାଇବା ପରେ ଘୋର ଲକଙ୍କୁ ହସ୍ଥାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ |

ad-week
Leave A Reply

Your email address will not be published.