ଯାତ୍ରୀ ବିଶ୍ରାମାଗାର ଓ ଭାଗବତ ମଣ୍ଡପ ଶୁଭ ଉଦଘାଟନ

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ନୂତନ ଯାତ୍ରୀ ବିଶ୍ରାମାଗାର ଓ ଭାଗବତ ମଣ୍ଡପର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆଗାମୀ ଦିନରେ ବୁଡ଼ାଗୁଡା ଠାରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ l ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ୧୦ ନଂ. ଜୋନ ର ଜିଲ୍ଲାପରିଷଦ ଅଧ୍ୟକ୍ଷ ରଞ୍ଜନ କୁମାର ପ୍ରଧାନ,ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, ବୁଡ଼ାଗୁଡା ସମିତିସଭ୍ୟ ଶ୍ରୀକାନ୍ତ ପ୍ରଧାନ, ଶ୍ରାନିକେତା ସରପଞ୍ଚ ଗଙ୍ଗାଧର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଇନ୍ଦ୍ରଜିତ ପ୍ରଧାନ, ପ୍ରିୟବତ ପାତ୍ର, ବିଭୁତି ଭୂଷଣ ପାଢ଼ୀ, ଦିପେନ ପାତ୍ର, ମୁରଲୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.