ଆସିକା ପଣ୍ୟାଗାର ର ସିସି ଟିଭି ଓ ଧର୍ମକଣ୍ଟା ଅଚଳ ଯୋଗୁଁ ଚାଉଳ ଖାଉଛନ୍ତି ଦୁଇ ଗୋଡ଼ିଆ ମୂଷା…!

ଚାଉଳ ହେରଫେର କୁ ନେଇ ଅଭିଯୋଗ …..!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା କେନ୍ଦ୍ରୀୟ ପଣ୍ୟା ଗାର ରୁ ହେଉଛି ଚାଉଳ ହେରଫେର ଆସୁଛି ୫୦ କିଗ୍ରା ୫୦୦ ଗ୍ରାମ ଯାଉଛି ୪୫  କିଗ୍ରା ରୁ କମ ଆସିକା ସ୍ଥିତ କର୍ଣ୍ଣୋଳି ସ୍ଥିତ କେନ୍ଦ୍ରୀୟ ପଣ୍ୟଗାର ଏବେ ଦୁର୍ନୀତି ର ପେଣ୍ଠ ପାଲଟିଛି। ଏଠି ମିଲର ଓ ଗୋଦାମ କତ୍ତୃପକ୍ଷ ଙ୍କ ମିଳିତ ଭଗତ ରେ ଦିନ ଦିପହର ରେ ହେଉଛି ଚାଉଳ ଚୋରି।ଏହି ଗୋଦାମ କୁ ଆସିକା ଓ ଏହାସହ ଅନ୍ୟ ବ୍ଳକ ର ମିଲର ମାନେ ଚାଉଳ ଏହି ଗୋଦାମ ରେ ରଖିବା ପରେ ଏହି ଗୋଦାମ ରୁ ଆସିକା ବ୍ଳକ ର ହିତାଧିକାରୀଙ୍କ ନିକଟକୁ ଚାଉଳ ଯାଏ।କିନ୍ତୁ ଏହି ପରିସ୍ଥିତି ରେ ଏହି ଗୋଦାମ ରେ ଥିବା ବଡ଼ ବଡ଼ ମୂଷା ମାନେ ଚାଉଳ ବାହାର କରି ଅଖାକୁ ପୁଣି ସିଲେଇ କମ ଓଜନ ର ଚାଉଳ ବିଭିନ୍ନ ପଞ୍ଚାୟତ କୁ ପଠାଉଛନ୍ତି। ବଳକା ଚାଉଳ କୁ ମିଲର ନାମରେ ଗାଡି ନ ଆଣି ଗାଡି ଗାଡି ଚାଉଳ ଆସିଥିବା ବିଲ ହେଉଛି। ଏମିତି ଏକ ଘଟଣା ଏବେ ଆସିକା ବ୍ଳକ ରେ ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଲଟିଛି। ଗତକାଲି ବରଗାଁ ପଞ୍ଚାୟତ କୁ ଯାଇଥିବା ଚାଉଳ ଅଖା ର ଓଜନ ୩୭ କିଲୋ ରୁ ୪୫ କିଲୋ ମଧ୍ୟରେ ଥିଲା ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ଦାୟିତ୍ୱ ରେ ଥିବା ବାବୁ ଏହି ଘଟଣା ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଙ୍କୁ ଅବଗତ କରିଥିବା ସେ କହିଛନ୍ତି। ଏହି ଗୋଦାମ ରେଥିବା ସିସି ଟିଭି ଓ ଧର୍ମ କଣ୍ଟାକୁ ସମ୍ପୂର୍ଣ୍ଣ ଅଚଳ କରି ଓଜନ ଠକେଇ ହେଉଥିବା ରୀତିମତ ଅଭିଯୋଗ ହେଉଛି।ଚାଉଳକୁ ପୋକ ନ ଲାଗିବା ପାଇଁ ଆସୁଥିବା ଦାମୀ ଔଷଧ ବ୍ୟବହାର ନକରି ବାହାରେ  ଫିଙ୍ଗି ଚାଉଳ ନଷ୍ଟ କରୁଥିବା ନଜର କୁ ଆସିଛି। ଗୋଦାମ ର ଦାଇତ୍ୱ  ଗୋଦାମ ଅଧିକାରୀ ଙ୍କ କିନ୍ତୁ ଆସୁଥିବା ଔଷଧ ବ୍ୟବହାର ନ କରି ବାହାରେ ଫିଙ୍ଗିବା ଦ୍ୱାରା ପୋକ ଲାଗି ଚାଉଳ ରେ ପୋକ ଲାଗୁଛି । ହିତାଧିକାରୀଙ୍କ ନିକଟକୁ ପୋକ ଲାଗିଥିବା ଚାଉଳ ପହଞ୍ଚୁଛି। ଗୋଦାମ କେନ୍ଦ୍ର ସରକାର ଙ୍କ ଅଧୀନ ଯୋଗାଣ ବିଭାଗ ମାସିକ ଲକ୍ଷ ଲକ୍ଷ ଟଙ୍କା ଭଡା ଦେଇ ଏହି ଗୋଦାମ ରେ ଚାଉଳ ରଖେ। କିନ୍ତୁ ଚାଉଳ ର ପୁରା ଦାଇତ୍ୱ ଗୋଦାମ କତ୍ତୃପକ୍ଷ ଙ୍କ। ୫୦ କିଗ୍ରା ବସ୍ତାରୁ ଯେଉଁ ଚାଉଳ ହଡ଼ପ କରାଯାଉଛି। ସେ ଚାଉଳ କୁ ମୁଣ୍ଡମରେଇ ଗ୍ରାମର ଏକ ଧାନ ମିଳରୁ ଧାନ ଆସିଥିବା ନେଇ ବିଲ କରାଯାଉଥିବା ମଧ୍ୟ ଚର୍ଚ୍ଚା ହେଉଛି। ଚୋରା ଚାଉଳ ଘଟଣା ସମ୍ପର୍କ ରେ ମିଲେରଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ଯାଇଥିବା ତିନି ଜଣ ଇଲୋକ୍ଟ୍ରୋନିକ୍ସ ମିଡ଼ିଆଙ୍କୁ ମିଲେର ମୋଟା ଅଙ୍କ ଦେଇ ଖବର ଚପେଇ ଦେଇଥିବା କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା। ଉକ୍ତ ମିଲେରଙ୍କ ହାତ ଅତି ଲମ୍ବା ସେ ସବୁ ପ୍ରକାର ନେଇଯାଇ ଆଣି ଥୋଇବାର ସିଦ୍ଧହସ୍ତ। ଏହି ମିଲେର ପଞ୍ଜିକରଣ କେବଳ କାଗଜ କଲମରେ ସୀମିତ ଗୋଦାମ ର ଚୋରା ଚାଉଳ କୁ ମଧ୍ୟ ଉକ୍ତ ଚାଉଳ ମିଲରୁ ଆସିଥିବା ଦର୍ଶା ଯାଉଥିବା ଚର୍ଚ୍ଚା ହେଉଛି । ପ୍ରତି ଚାଉଳ ବସ୍ତାରେ ଓଜନ ଠକେଇ ସମ୍ପର୍କ ରେ ଦୀର୍ଘ ବର୍ଷ ହେଲା ଅଭିଯୋଗ ହୋଇଆସୁଛି। ଗତ କାଲି ଓଜନ କରିବା ପରେ ୧୫ କିଗ୍ରା କମ ଥିବା ଓଜନ ପରେ ଜଣାପଡିଛି। ଲୋକେ କହୁଛନ୍ତି ପଣ୍ୟାଗାର ରେ ଦୀର୍ଘ ଦିନ ହେଲା ବଡ଼ ବଡ଼ ମୂଷା ରହିଥିବା ଯୋଗୁଁ ଚାଉଳ ବସ୍ତାରେ ଓଜନ କମିଯାଉଛି ବୋଲି। ଗଞ୍ଜାମ ଜିଲ୍ଲା ପାଳ ଅଚାନକ ଗସ୍ତ କରି ଗୋଦାମ ରୁ ଚାଉଳ କେତେ ଓଜନ ର ପଞ୍ଚାୟତ ଗୁଡ଼ିକୁ ଯୋଗାଇ ଦିଆଯା ଉଛି।ତାହାର ଗୁମର ଖୋଲିବ ବୋଲି ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.