କ୍ଳଷ୍ଟରସ୍ତରୀୟ ପରିବେଷ ସଚେତନ କର୍ମଶାଳା…

add-all

ଆମ ସ୍ଲୋଗାନ” –
“ବନ ସବୁଜିମା”
“ଶାନ୍ତ ସୁଷମା “

ଉମରକୋଟ :-(୨୨/୦୨/୨୦୨୫) ଦିନକୁ ଦିନ ଜଙ୍ଗଲ ଧଂସ ହେବାକୁ ଯାଉଛି ଏବଂ ଏହି ଜଙ୍ଗଳ ଧଂସ ହେବା ଫଳରେ ପରିବେଷ ନଷ୍ଟ ହେବାକୁ ଯାଉଛି ଯାହାଦ୍ୱାରା ବିଭିନ୍ନ ପ୍ରକାରର ଅଜଣା ରୋଗ ବଡ଼ିବାରେ ଲାଗିଛି। ଠିକ ଏହାକୁ ଲକ୍ଷ୍ୟ କରି ଆଜି ୨୨/୦୨/୨୦୨୫ ରିଖ ଉମରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହାଡ଼ା ଠାରେ ଗ୍ରାମର ପାର୍ଶ ବର୍ତ୍ତୀ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ସହ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଆବାହନ କରି ବିଶାଳ ସମାରହରେ “ବନ ସବୁଜିମା” “ଶାନ୍ତ ସୁଷମା” “ଆମ ସ୍ଲୋଗାନ “ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କ୍ଳଷ୍ଟରସ୍ତରୀୟ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି।ମୁଖ୍ୟ ଅତିଥି, ମୁଖ୍ୟ ବକ୍ତ୍ୟ, ବରଣ୍ୟ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ଉତ୍ତରୀୟ ଦେଇ ସମ୍ମାନ କରାଯାଇଥିଲା। ବରେଣ୍ୟ ଅତିଥି ଦେବସ୍ମିତା ସାହୁ,ବନାଞ୍ଚଳ ଅଧିକାରୀ ଉମରକୋଟ, ମୁଖ୍ୟ ବକ୍ତା ଶ୍ରୀ ଆଲୋକ କୁମାର ଅନୁଗୁଳିଆ, କାର୍ଯ୍ୟନିର୍ବାହୀ ଅଧିକାରୀ ଉମରକୋଟ ପୌର ପରିଷଦ, ମୁଖ୍ୟ ଅତିଥି ଶ୍ରୀ ଶୁଭେନ୍ଦୁ ପ୍ରସାଦ ବେହାରା, ବରିଷ୍ଠ ବନଖଣ୍ଡ ଅଧିକାରୀ ନବରଙ୍ଗପୁର, ଉପସ୍ଥିତ ରହି “ବନ ସବୁଜିମା” ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଶ୍ରୀ ଟୁଟୁବାବୁ ପଟ୍ଟନାୟକ ପ୍ରଧାନ ଶିକ୍ଷକ ସିଉନାଗୁଡ଼ା, ଶ୍ରୀ ସଞ୍ଜୟ କୁମାର ସାମଲ ଅଧ୍ୟକ୍ଷ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହାଡ଼ା, ଶ୍ରୀ ବିମଲ କୁମାର ବାରୋଇ ପ୍ରଧାନ ଶିକ୍ଷକ ନୂଆଗୁଡା, ଶ୍ରୀ ଫନୀନ୍ଦ୍ର ଗାଇନ ପ୍ରଧାନ ଶିକ୍ଷକ ଲିମାଗୁଡା, ଶ୍ରୀମତୀ ପ୍ରମିଲା ଗଣ୍ଡ ସରପଞ୍ଚ ବେହାଡ଼ା ପଞ୍ଚଯାତ, ଉପସ୍ଥିତ ରହି କାର୍ଯ୍ୟକ୍ରମଟି ସୁନ୍ଦର ଓ ସୁସ୍ଥ ଭାବରେ ପରିଚାଳନା କରିବା ପାଇଁ ସହଯୋଗ କରିବାହୋଇ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ ଏବଂ ଉପସ୍ଥିତ ଅତିଥି ମାନଙ୍କ ମାନପତ୍ର ପ୍ରଦାନ କରାଯିବା ପରେ ଶ୍ରୀ ବିରଞ୍ଚି ଶୁଣାଣି ସହକାରୀ ଶିକ୍ଷକ,ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟଟି ସମାପନ କରିଛନ୍ତି।

ad-week
Leave A Reply

Your email address will not be published.