ଓକିଲ ସଙ୍ଘ ନିର୍ବାଚନୀ ବିଗୁଲ ବାଜିଲା :ନିର୍ବାଚନ ଅଧିକାରୀ ହେଲେ ଅଶୋକ ନାଏକ…

ମାଲକାନଗିରି,୨୨/୦୨ ରାଜ୍ୟ ବାର କାଉନ୍ସିଲ ର ସ୍ୱୀକୃତି ପ୍ରାପ୍ତ ବାର ଗୁଡିକର ନିର୍ବାଚନ ଆସନ୍ତା ମାର୍ଚ୍ଚ ମାସ ୨୯ ତାରିଖରେ ସାରା ରାଜ୍ୟରେ ହେବାକୁ ଥିବା ବେଳେ ଆଜି ମାଲକାନଗିରି ଜିଲ୍ଲା ବାର ଆସୋସିଏସନ ର ନିର୍ବାଚନୀ ବିଗୁଲ ବାଜିଛି।ସଭାପତି ପ୍ରୀତପାଲ ସିଙ୍ଗ ଙ୍କ ସଭାପତିତ୍ୱ ରେ ଶନିବାର ବାର ହଲ ରେ ଜେନେରାଲ ବଡି ର ବୈଠକ ଅପରାହ୍ନ ଚାରିଟା ସମୟରେ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଆଗାମୀ ନିର୍ବାଚନ ପାଇଁ ସର୍ଵସମ୍ମତି କ୍ରମେ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ନାଏକ ଙ୍କୁ ନିର୍ବାଚନ ଅଧିକାରୀ ଭାବେ ଚୟନ କରାଯାଇଛି।ସେ ପୂର୍ବରୁ ମଧ୍ୟ ବହୁଥର ନିର୍ବାଚନ ଅଧିକାରୀ ରହିଥିଲେ।ନିର୍ବାଚନ ଅଧିକାରୀ ଚୟନ ପରେ ଓକିଲ ସାଙ୍ଗ ନିର୍ବାଚନ ର୍ବିଗୁଲ ବାଜିଛି।ଆଶାୟୀ ପାର୍ଥି ଙ୍କ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି।ଏହି ନିର୍ବାଚନ ରେ ଯୁବ ଆଇନିଜୀବୀ ଙ୍କ ଉପରେ ଜିତିବା ନିର୍ଭର କରୁଥିବା ବେଳେ ଯୁବ ଆଇନିଜୀବୀ ଙ୍କୁ ନିଜ ଆଡକୁ ନେବା ପାଇଁ ଆଶାୟୀ ପାର୍ଥି ରଣନୀତି ପ୍ରସ୍ତୁତ କଲେନି।ଏଥର ନିର୍ବାଚନ ରୋଚକ ହେବା ଅନୁମାନ କରାଯାଉଛି।ପୂର୍ବ ନିର୍ବାଚନ ଗୁଡିକରେ ବିଜେଡି ଦଳ ରେ ଥିବା ଆଇନିଜୀବୀ ଙ୍କ ସପକ୍ଷରେ ଯାଉଥିବାବେଳେ ଏଥର ବିଜେପି ଦଳ ସମର୍ଥିତ ଆଇନିଜୀବୀ ମଧ୍ୟ ମଇଦାନରେ ଟକର ଦେବାକୁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳୁଛି।ଆଗାମୀ ଦିନରେ ବନ୍ଧୁତା ଲଢେ଼ଇ ହେବ ନା ଦଳୀୟ ଟକର ହେବ ସମୟ କହିବ।ଆଜିର ଏହି ଜେନେରାଲ ବଡି ମିଟିଙ୍ଗ ରେ ସମ୍ପାଦକ ବିଜୁ ସରକାର ସମେତ ସମସ୍ତ ଅଫିସ ବିଏରର ,ବରିଷ୍ଠ ଆଇନିଜୀବୀ ରାମ ପଟ୍ଟନାୟକ, ଗୌତମ ସରକାର ପ୍ରମୁଖ ପଚାଶ ରୁ ଉର୍ଦ୍ଧ ଆଇନିଜୀବୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.