କୁନ୍ଦେଇ ଥାନା ଫାଣ୍ଡି ଅଧିକାରୀ କାର୍ଯ୍ୟଭାର ଗ୍ରହଣ କଲେ….

ଉମରକୋଟ /ରାଇଘର ( ୨୨/୦୨/୨୦୨୫) ନବରଙ୍ଗପୁର ଜ଼ିଲ୍ଲା ରାଇଘର ଅଞ୍ଚଳର ଛତିଶଗଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ କୁନ୍ଦେଇ ଥାନାର ଭାର ପ୍ରାପ୍ତ ଅଧିକାରୀ ରୂପେ ଶ୍ରୀ ପ୍ରଶାନ୍ତ କୁମାର ସେଠି ୦୯/୦୭/୨୦୨୧ ରିଖ ଥାନାର କାର୍ଯ୍ୟଭାର ଗ୍ରହଣ କରି ବିଗତ ଦିନରେ ଅଞ୍ଚଳର ବିଭିନ୍ନ କେସ ମିମାଂସା କରିବା ସହିତ ଆଇନ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦେଇ କାର୍ଯ୍ୟ କରି ପ୍ରସଂଶିତ କୁନ୍ଦେଇ ଅଞ୍ଚଳର ଲୋକଙ୍କ କହିବା କଥା। ଶ୍ରୀ ସେଠି ୧୬/୦୨/୨୦୨୫ରିଖ ପ୍ରମୋସନ ହୋଇ ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ଥାନାରେ ଯାଇଛନ୍ତି,ତାଙ୍କ ସ୍ଥାନରେ ବର୍ତମାନ କୁନ୍ଦେଇ ଥାନା ଅଧିକାରୀ ଭାବରେ ଶ୍ରୀ ଡି,ପି, ବ୍ରହ୍ମା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରି କହିଛନ୍ତି ଏହି ଥାନାର ସମସ୍ତ କାର୍ଯ୍ୟ ଭଲ ଭାବରେ ଚଳାଇବା ସହିତ ସ୍ଥାନୀୟ ଲୋକଙ୍କର ଦୁଃଖର ସାଥ ରହିବେ କହି ସଂକଳ୍ପ ନେଇଛନ୍ତି । ସ୍ଥାନୀୟ ଅଞ୍ଚଳର କାନୁନ ବ୍ୟବସ୍ଥା ଯେପରି ସୁଦୃଡ଼ ରହିବ ସେଥିପ୍ରତି ତୀକ୍ଷ୍ମ ନଜର ଦେଇ ଦାୟିତ୍ୟ ସହ କାର୍ଯ୍ୟ ନିର୍ବାହନ କରିବେ ଓ ଯେ ପରି ପୋଲିଶ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସହିତ ଦୃଢ଼ ସମ୍ପର୍କ ରହିବ ତାହାର ପାଇଁ ସମସ୍ତଙ୍କ ଆଶ୍ୱାସନା ଦେଇଛନ୍ତି। ସ୍ଥାନୀୟ କୁନ୍ଦେଇ ଅଞ୍ଚଳବାସୀ ଓ ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସକର୍ମୀ ନୂତନ କାର୍ଯ୍ୟଭାର ଗ୍ରହଣ କରିଥିବା ଶ୍ରୀ ଡି, ପି, ବ୍ରହ୍ମାଙ୍କୁ ସ୍ୱାଗତ ଜଣାଇ ତାଙ୍କ କାର୍ଯ୍ୟରେ ସହଯୋଗର ହାତ ବଡାଇ ସହଯୋଗ କରିବେ କହି କହିଛନ୍ତି। ଉପସ୍ଥିତ ସ୍ୱାଗତ ସମାରୋହରେ ସମସ୍ତେ ଶ୍ରୀ ବ୍ରହ୍ମାଙ୍କୁ ପରିଚାଳନାରେ ଏହି କୁନ୍ଦେଇ ଥାନାରୁ ଯେପରି ସମସ୍ତେ ଭଲ ସେବା ପାଇପାରେ ତାହାର ଆଶା ରଖିଛନ୍ତି।

nis-ad
Leave A Reply

Your email address will not be published.