୧୯ ୯୩ ମସିହା ବ୍ୟାଚ ର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ…

youtube


ଚିକିଟୀ –ଏହି ବ୍ଲକ କୃଷ୍ଣପୁର ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ର 1993 ମସିହା ବ୍ୟାଚର ସପ୍ତମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନିକଟସ୍ଥ ବନବିହାର ଶକ୍ତିପୀଠ ରତ୍ନେଶ୍ୱରୀ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ପୂର୍ବତନ ପ୍ରଧାନ ଶିକ୍ଷକ ମାନସ କସ୍ତୁରୀ ଗଣେଶ ପ୍ରସାଦ ପଣ୍ଡା ମୁଖ୍ୟଅତିଥି ଭାବେ ଛାତ୍ର ଛାତ୍ରୀ ଙ୍କ ଗହଣରେ ଉପସ୍ଥିତ ରହି ବନ୍ଧୁତ୍ୱ ର ମହତ୍ଵ ଉପରେ ଆଲକପାତ କରିଥିଲେ। ସେହିପରି ଅନ୍ୟ ଶିକ୍ଷକ ମାନଙ୍କ ମଧ୍ୟରେ ପ୍ରକାଶ ଚନ୍ଦ୍ର ପ୍ରଧାନ,ରାମନାଥ ସୁବୁଦ୍ଧି, ପ୍ରଭାକର ସେଠୀ, ବାବୁଲା ମହାରଣା ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ ନେଇ ମତବ୍ୟକ୍ତ କରିଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଏପରି କାର୍ଯ୍ୟକ୍ରମ କୁ ନେଇ ବହୁ ପ୍ରଶଂସା କରିଥିଲେ।ଆୟୋଜକ ଦୀପ୍ତି ରଞ୍ଜନ ପାଢ଼ୀ, ହର ପ୍ରସାଦ ପ୍ରଧାନ ପ୍ରମୁଖ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସମସ୍ତ ବନ୍ଧୁ ଉପସ୍ଥିତ ରହିଥିବା ବେଳେ ଦୀର୍ଘ ୨୩ ବର୍ଷ ପରେ ସାଙ୍ଗମାନେ ପରସ୍ପରକୁ ଭେଟିବା ସହ ପାଖରେ ପାଇ ଭାବ ବହୁଳ ପରିବେଶରେ ନିଜ ନିଜର ଭାବ ଆଦାନ ପ୍ରଦାନ ରେ ଲାଗିପଡିଥିଲେ।ଏହି ଅବସରରେ ୧୯୯୩ ମସିହାରେ ଶିକ୍ଷା ଦାନ କରୁଥୁବା ସମସ୍ତ ଶିକ୍ଷକ ଙ୍କୁ ନିମନ୍ତ୍ରଣ କରି ନିଜ ପାଖରେ ପାଇ ଆନନ୍ଦିତ ହେବା ସହ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଆଜିର ଏହି ଦିନକୁ ମନେ ରଖିବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ପରସ୍ପର ବାର୍ତାଳାପ କରି ନିଜର ବୃତ୍ତି ସହ ପରିଚୟ ପ୍ରଦାନ କରିଥିଲେ| କାର୍ଯ୍ୟକ୍ରମ ରେ ଏହି ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବନ୍ଧୁ ମଧ୍ୟ ଅଂଶ ଗ୍ରହଣ କରିଥିଲେ।ପୁରାତନ ଛାତ୍ର ଛାତ୍ରୀ ଙ୍କ ଏଭଳି ବନ୍ଧୁ ମିଳନ ପ୍ରୟାସ କୁ ସମସ୍ତ ଶିକ୍ଷକ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ଜରିଆରେ ପରସ୍ପର ମଧ୍ୟରେ ସହଯୋଗ ରକ୍ଷା କରିବା ସହ ସାମାଜିକ କାର୍ଯ୍ୟରେ ସାମିଲ ହେବାପାଇଁ ଶପଥ ନେଇଥିଲେ l

Leave A Reply

Your email address will not be published.