ଦିନିକିଆ ଗଞ୍ଜାମ ଗସ୍ତରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତୀ କୃଷ୍ଣ ଚନ୍ଦ୍ର ପାତ୍ର, ଛତ୍ରପୁର ଠାରେ କଲେ ସମୀକ୍ଷା…
ବ୍ରହ୍ମପୁର : ଗଞ୍ଜାମ ଜିଲାରେ ଜୋରଦାର ଚାଲିଛି ଧାନ କିଣା ପ୍ରକ୍ରିୟା । ଏବେ ସୁଦ୍ଧା ରେକର୍ଡ ସଂଖ୍ୟାକ ଧାନ ସଂଗ୍ରହ ହୋଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଆଜି ଗଞ୍ଜାମ ଗସ୍ତରେ ଆସିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଛତ୍ରପୁର ସ୍ଥିତ ସର୍କିଟ ହାଉସରେ ଜିଲାରେ ଧାନ କିଣା ପ୍ରକ୍ରିୟା ଓ ଯୋଗାଣ ସମ୍ବଦ୍ଧୀୟର ସମିକ୍ଷା କରିଛନ୍ତି । ୫୯ ଲକ୍ଷ ୭୪ ହଜାର ୩୦ କୁଇଟାଂଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ବେଳେ ଏଯାବତ ୧ଲକ୍ଷ ୨୪ ହଜାର ୪୮୨ ଜଣ ଚାଷୀଙ୍କ ଠାରୁ ୫୨ ଲକ୍ଷ ୮ ହଜାର ୧୪୯ କୁଇଂଟାଲ ଧାନ ସଂଗ୍ରହ ହୋଇଛି । ଜିଲାରେ ୯୦ ପ୍ରତିଶତ ଧାନ କିଣା ପ୍ରକ୍ରିୟା ହୋଇଥିବା ବେଳେ ଭଲ କିଣା ଯାଇଛି ବୋଲି କହିଥିଲେ । ଆଉ ୭ ରୁ ୮ ଦିନ ମଧ୍ୟରେ ଶେଷ ହୋଇଯିବ ବୋଲି କହିଥିଲେ । ଏହି ଧାନ କିଣା ପ୍ରକ୍ରିୟା ବେଳେ କାର୍ଯ୍ୟରେ ଅବହେଳା ହେତୁ ୪୦ ଜଣ ମିଲର ଓ କିଛି ଅଧିକାରୀଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ରାସନ କାର୍ଡ ମଧ୍ୟରେ ସମିକ୍ଷା ହୋଇଥିଲା । ଠିକ ଲୋକ ଯେପରି ରାସନ କାର୍ଡ ପାଇବେ । ଯାହାର ଆୟ କମ ଥିବା ତାର ରାସନ କାର୍ଡ କଟିବ ନାହିଁ ।ଯେଉଁ ଅଯୋଗ୍ୟହିତାଧିକାରୀଙ୍କ କାର୍ଡ ଫେରେଇବାକୁ କୁହାଯାଇଛି । ଗଞ୍ଜାମ ଜିଲାରେ ବ୍ରହ୍ମପୁର, ଛତ୍ରପୂୁର ଓ ଭଂଜନଗର ୩ଟି ସବଡିଭିଜନରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର କରାଯିବ । ପରେ ପ୍ରତି ବ୍ଲକରେ କରାଯିବ ଯାହାଫଳରେ ପନିପରିବା ଅଭାବି ବିକ୍ରି ହେବନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଟମାଟୋ ଏବଂ କଞ୍ଚା ଲଙ୍କା ଅଭାବୀ ବିକ୍ରିକୁ ନେଇ ବିଜେଡି ସରକାରକୁ ଦାୟୀ କରିଛନ୍ତି ମନ୍ତ୍ରୀ। ଦୀର୍ଘ୨୪ ବର୍ଷ ଶାସନ କାଳରେ ଗୋଟିଏ ଭି ଶୀତଳ ଭଣ୍ଡାର ହୋଇ ପାରି ନ ଥିବା ଦୁର୍ଭାଗ୍ୟ ଜନକ ବୋଲି ମନ୍ତ୍ରୀ କହିଛନ୍ତି।ଜିଲାରେ ୯୦ ପ୍ରତିଶତ ରାସନ କାର୍ଡ ହିତାଧିକାରୀ ଇ.କେୱାଇସି ଅପଡେଟ୍ କରିଛନ୍ତି । ଗଞ୍ଜାମ ଜିଲାରେ ୭ ଲକ୍ଷ ୯୩ ହଜାର ୩୦୭ ଜଣ ରାସନକାର୍ଡ ପାଇଥିବା ବେଳେ ସେମାନଙ୍କ ୨୬ ଲକ୍ଷ ୫୦ ହଜାର ୫୦୧ ଜଣ ପରିବାର ସଦସ୍ୟ ଉପକୃତ ହେଉଥିବା ବେଳେ ୨୩ ଲକ୍ଷ ୮୨ ହଜାର ୩୫୮ ଜଣ ଇ.କେୱାଇସି କରିଥିବା ବେଳେ ୨ ଲକ୍ଷ ୬୮ ହଜାର ୧୪୩ ଜଣ ଇ.କେୱାଇସି କରିନାହାନ୍ତି । ଜିଲାରେ ନୁଆ ରାସନ କାର୍ଡ ପାଇବା ପାଇଁ ୧ ଲକ୍ଷ ୨୯ ହଜାର ୨୧୦ ଜଣ ଆବେଦନ କରିଥିବା ମନ୍ତ୍ରୀ କହିଛନ୍ତି।
