ଗାଇ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ…?

କାମରେ ଆସୁନାହିଁ ଗାଇ କାନରେ ଲଗାଯାଇଥିବା ଟ୍ୟାଗ…

Independence

ବ୍ରହ୍ମପୁର, ତା. ୨୩. ୨. ୨୦୨୫ରିଖ ଗତ ୨୧ତାରିଖ ଅପରାହ୍ନରେ ବ୍ରହ୍ମପୁର ଜେଲ ରୋଡ଼ ରେଳବାଇ ଲାଇନରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଏକ ଗାଇ ର ଚିକିତ୍ସା ପାଇଁ ତା’ର ମାଲିକ ଧରାଛୁଆଁ ନ ଦେବା ଅତ୍ୟନ୍ତ ସ୍ପର୍ଶ କାତର ଘଟଣା ହୋଇଛି l ସହରରେ ଏହି ଭଳି ଘଟଣା ବାରମ୍ବାର ହେଉଥିଲେ ବି ମହାନଗର ନିଗମ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି l ଉକ୍ତ ଗାଇଟିର କାନରେ ଲାଗିଥିବା ଟ୍ୟାଗରେ ଥିବା ଗାଇ ମାଲିକଙ୍କ ଆଧାର ନମ୍ବରରୁ ଫୋନ ନମ୍ବର ଅନୁସନ୍ଧାନ କରି ଯୋଗାଯୋଗ କରିବାରୁ ଗାଇ ମାଲିକ ସିଧା ସଳଖ ଗାଇ ଟିର ଚିକିତ୍ସା ପାଇଁ ମନାକରିଦେଇଥିଲେ l ଏହି ଭଳି ଅମାନବିୟ ଗାଇ ମାଲିକଙ୍କ ପ୍ରତି ବିଏମସି କତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଆଗରୁ ନଜିର ନାହିଁ l ଗାଇ କାନରେ କେବଳ ନାମକୁ ମାତ୍ର ଟ୍ୟାଗ ଲାଗିଛି l ସହରରେ ଅଧିକାଂଶ ଗାଇ ମାଲିକ କ୍ଷୀର ବାହାର କରି ଗାଇ ଗୁଡିକୁ ରାସ୍ତାକୁ ଛାଡି ଦେଉଛନ୍ତି ଏବଂ ସେଥିରୁ ଅନେକଙ୍କ ଗୁହାଳ ମଧ୍ୟ ନାହିଁ l ଖରା, ବର୍ଷା, ଶୀତ କଷ୍ଟରେ ବର୍ଷ ସାରା ବୁଲି ବୁଲି ଜୀବନ କାଟୁଥିବା ଗାଇ ମାନଙ୍କ ଅବସ୍ଥା ପ୍ରକୃତରେ ଅତ୍ୟଧିକ କଷ୍ଟ ଦାୟକ l ସ୍ଥାନୀୟ ପଶୁ ପ୍ରେମୀ ତଥା ସାମାଜିକ କର୍ମୀ ମନୋଜ ତରାଇ ବ୍ୟକ୍ତିଗତ ଉଦ୍ୟମ ନେଇ ଜିଲ୍ଲା ପଶୁ ଚିକିତ୍ସାଳୟର ସହଯୋଗରେ ବର୍ତମାନ ପର୍ଯ୍ୟନ୍ତ ଗାଇ ଟିର ସମସ୍ତ ଚିକିତ୍ସା ଦାୟିତ୍ୱ ସହ ଖାଇବା ଖର୍ଚ୍ଚ ତୁଲାଉଛନ୍ତି l ଉକ୍ତ ଗାଇ ମାଲିକ ଜଣକ ବିଜିପୁର ବଡ଼ ସାହି ଅଂଚଳର ବୋଲି ଜଣା ପଡିଛି l ଅନ୍ୟ ପକ୍ଷରେ ଏହି ଭଳି ଦୁର୍ଘଟଣାଗ୍ରସ୍ତ ଗାଇ, ଷଣ୍ଢ ମାନଙ୍କୁ ରଖି ସେମାନଙ୍କ ଚିକିତ୍ସା କରିବା ପାଇଁ ଆଶ୍ରୟ ସ୍ଥଳ ମଧ୍ୟ ସହରରେ ନ ଥିବାରୁ ଅନେକ ସମସ୍ୟା ଦେଖାଯାଉଛି l ଆଜି ସାମାଜିକ କର୍ମୀ ଶ୍ରୀ ତରାଇ ସ୍ଥାନୀୟ ବିଧାୟକ କେ. ଅନିଲ କୁମାରଙ୍କୁ ଫୋନ ଯୋଗେ ପଶୁ ଆଶ୍ରୟ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି l

ad-week
Leave A Reply

Your email address will not be published.