ଉମରକୋଟ /ରାଇଘର :-(୨୫/୦୨/୨୦୨୫) ଚାଷ କାମ ଯାହାର…… କେତେ ଦୁଃଖ ତାହାର। ସରକାର ପ୍ରଚାର ଉପରେ ପ୍ରଚାର କରି ଡିଣ୍ଡେରା ପିଟୁଛନ୍ତି ଯେ, ବିକଶିତ ଓଡ଼ିଶା, ବିକଶିତ ଭାରତ କହି। ଚାଷୀଙ୍କ ଉନ୍ନତି ହେଲେ ଦେଶର ଉନ୍ନତି ହେବ ଏଥି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଚାଷ ଓ ଚାଷୀଙ୍କ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହି ଖର୍ଚ୍ଚରେ ଚାଷୀ କିନ୍ତୁ ଉପକୃତ ହେଉ ନାହାନ୍ତି କହି ଚାଷୀ ମାନେ ଏବେ ସ୍ୱର ଉତ୍ଥାଳନ କରିଛନ୍ତି । ଖରାଦିନେ ମୁଣ୍ଡର ଝାଳ ଦେହରେ ଲିଭେଇ ଘାତ ପ୍ରତି ଘାତ ସହି ଚାଷ କାମ କରି ଜମିରେ ବୋରୱେଲ ଥାଇ ସେହି ବୋରୱେଲ ରୁ ବିଦ୍ୟୁତିକରଣ ପାଇଁ ଯଦି ପାଣି ନ ବାହାରେ ହେଲେ କିଏ ଦାୟୀ ? ସରକାର ନା ପ୍ରଶାସନ ନା ଚାଷୀକୁଳ?। ବିଦ୍ୟୁତି କରନ ର ଲୋ ଭଲ୍ଟେଜ ପାଇଁ ବୋ୍ରୱାଲରୁ ପାଣି ବାହାରୁ ନାହିଁ ତାହା ସବୁ ଅକାମି ହୋଇ ପଡିଛି। ହେଲେ ମାସକୁ ମାସ ବିଦ୍ୟୁତ ବିଳ ଆସିବା କିନ୍ତୁ ଠିକ ଅଛି ବୋଲି ଘୋର ଅଭିଯୋଗ କରିଛନ୍ତି ଚାଷୀମାନେ । ବ୍ୟାଙ୍କ, ସମବାୟ ସମିତିରୁ ଋଣ ଓ ଧାର କରଜ କରି ଅତି କଷ୍ଟରେ ଚାଷ କରି ପାଣି ଅଭାବରୁ ଯଦି ମରି ଯାଏ ତାହା ହେଲେ ସେହି

ପରିବାରଙ୍କ ଆତ୍ମହତ୍ୟା ଛଡା ଆଉ କୌଣସି ଉପାୟ ନାହିଁ କହି ଚାଷ କରିବା ଚାଷୀମାନେ ଅତି ଦୁଃଖ ବେଦନା ଭରା କଣ୍ଠରେ ପ୍ରକାଶ କରି କାନ୍ଦୁଛନ୍ତି । ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ଓ ରାଇଘର ବ୍ଲକ ବାରଂବାର ଏହି ବିଦ୍ୟୁତିକରନର ଲୋ ଭଲ୍ଟେଜ ସମସ୍ୱାକୁ ନେଇ ବିଗତ ତିନି ବର୍ଷ ଧରି ସରକାର ଓ ପ୍ରଶାସନର ଦ୍ୱାରସ୍ତ ହେବା ସତ୍ତେ କିନ୍ତୁ ଫଳ ଶୂନ୍ୟ। ବର୍ତ୍ତମାନ ରାଇଘର ବ୍ଲକ ମହଣ୍ଡ ଡିଏନକେ ଗ୍ରାମର ଚାଷୀ କୁଳ, ମାନନୀୟ ଉଚ୍ଚ ନ୍ୟାୟାଲୟକୁ ଇଚ୍ଛାକୃତ ମୃତ୍ୟୁର ଆଦେଶ ପ୍ରାର୍ଥନା କରି ଖରାରେ କ୍ଷେତରେ ବସି ମୁଣ୍ଡରେ ହାତ ଦେଇ ଫସଳକୁ ଦେଖି କାନ୍ଦୁଛନ୍ତି।ରାଇଘରରେ ଏହି ଲୋ ଭଲ୍ଟେଜ ସମସ୍ୱା ତୁରନ୍ତ ଦୂରୀଭୂତ ନ ହେଲେ, କେତେବେଳେ କୌ ଚାଷୀ ଦୁଃଖ ନ ସମ୍ଭାଳି ଆତ୍ମହତ୍ୟା କରି ପକାଇବ ତାହାର ଠିକ ଠିକଣା ନାହିଁ କହି ଆମ ନିସର୍ତ ଗଣମାଧ୍ୟମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି।
