ଟ୍ରକ ବାଇକ ମୁହାଁମୁହିଁ ଧକ୍କା ରେ ଜଳିଗଲା ବାଇକ, ଚାଳକ ମୃତ…

add-all

ଚିକିଟି : ଚିକିଟି ବ୍ଲକ ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧିନସ୍ଥ ରତନେଶ୍ବରୀ ମନ୍ଦିର ନିକଟରେ ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶ କାଭିଟି ବ୍ଲକ ରାଜପୁର ଏବଂ ଆଖପାଖ ଅଞ୍ଚଳର ତିନି ଜଣ ଯୁବକ ନିଜର ବାଇକ ଧରି ଦିଗପହଣ୍ଡି ରୁ ଚିକିଟୀ ପଟକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା ପରେ ପରେ ବାଇକ ସହ ବାଇକ ଆରୋହୀ ହୋଟାତ ଜଳିବାରେ ଲାଗିଲେ l ଘଟଣl ସ୍ଥଳରେ କେ.ନୂଆଗାଁ ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ମେଡିକାଲ ନେଇ ଯାଇଥିବା ବେଳେ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।ଘଟଣା ସ୍ଥଳରୁ ତିନି ଗୁରୁତର ଙ୍କୁ ମେଡିକାଲ ଆଣିବା ପରେ ପି.ଲଚ୍ମନ୍ (୨୦) କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଗୁରୁତର ସି ହେଚ.ଲୋକନାଥ (୧୯) ଓ ଏନ ରାଜୁ (୨୦)ଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା l

ad-week
Leave A Reply

Your email address will not be published.