ସରକାରୀ ଅବହେଳା ଯୋଗୁଁ ଭତ୍ତାରୁ ବଞ୍ଚିତ ମାନସିକ ବିକୃତି ଯୁବତୀ..


” ପ୍ରଶାସନର ବୈମାତ୍ରୀକ ମନୋଭାବ ଯୋଗୁଁ ଜନ ଅସନ୍ତୋଷ “
ଉମରକୋଟ/ ଝରିଗାଁ (୨୬/୦୨/୨୦୨୫):- ଜଣେ ମାନସିକ ବିକୃତି ଯୁବତୀର ଆଧାର କାର୍ଡ ହୋଇ ପାରୁନଥିବା ଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଦୃଶ୍ୟମାନ ।ଭତ୍ତା ବାବଦକୁ ବ୍ଳକର କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କ ଚରମ ଅବହେଳା ଯୋଗୁଁ ଜଣେ ମାନସିକ ବିକୃତି ଯୁବତୀର ସବୁ ପ୍ରକାରର ପ୍ରମାଣ ଥାଇ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ ଭତ୍ତା ପାଉନଥିବା ଏକ ସାଙ୍ଘାତିକ ଅଭିଯୋଗ ଅଞ୍ଚଳ ର ଗ୍ରାମବାସୀ କରିଛନ୍ତି ।ଗ୍ରାମବାସୀ ଓ ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତି ସରକାର କୋଟି କୋଟି ଟଙ୍କା ଭତ୍ତା ଓ ସହାୟତା ରାଶି କୌ ମାନଙ୍କ ପାଇଁ ନିର୍ଦିଷ୍ଟ ଚିନ୍ହିତ କରି ଦେଉଛନ୍ତି କହି ପ୍ରଶ୍ନବାଚୀ ସୃଷ୍ଟି କରି ସରକାର ଓ ବ୍ଲକ ପ୍ରଶାସନ କୁ ଜବାବ ମାଗୁଛନ୍ତି ସୂଚନା ପ୍ରକାରେ ନବରଙ୍ଗପୁର ଜ଼ିଲ୍ଲା ଝୋରୀଗାଁ ବ୍ଲକ ପାଳିଆ ପଞ୍ଚାୟତ ଅନ୍ତର୍ଗତ ଆମଳିଝରୀ ଗ୍ରାମରେ ଦୀର୍ଘ ବର୍ଷ ହେବ ଦଇମତୀ ଭତ୍ରା ଏବଂ ସ୍ୱାମୀ ବଳରାମ ଭତ୍ରା ନିଜ ବାସଭଵନରେ ହସଖୁସିରେ ରହି ଆସୁଥିଲେ।ପରେ ଗୋଟିଏ ପୁଅ ଏବଂ ଝିଅ ଜନ୍ମ ହେବା ପରେ ପରିବାର ଲୋକ ଖୁସିରେ ରହୁଥିଲେ ଏବଂ ବଳରାମ ଯାହା ରୋଜଗାର କରୁଥିଲେ ସେଥିରେ ସୁଖ ଦୁଃଖରେ ପରିବାର ପ୍ରତିପୋଷଣ କରି ଆସୁଥିଲେ ।କିନ୍ତୁ ବିଧିର ବିଧାନ କିଏ ବା ବୁଝି ପାରିଛନ୍ତି ପରବର୍ତ୍ତୀ ସମୟରେ ପୁଅ ଓ ଝିଅ ଛୋଟ ଥିବା ବେଳେ ବଳରାମ କୌଣସି ଏକ ଅଜଣା ରୋଗରେ ପୀଡିତ ହୋଇ ଚିକିତ୍ସିତ ଥିଲେ। ପରିବାର ଲୋକେ ବହୁ ଚେଷ୍ଟା ପରେ ମଧ୍ୟ ବଳରାମ ଆରୋଗ୍ୟ ନ ହୋଇ ଦେହାନ୍ତ ହୋଇ ଯାଇଥିଲା।ସ୍ବାମୀଙ୍କ ଦେହାନ୍ତ ପରେ ସ୍ତ୍ରୀ କୁନି କୁନି ପୁଅ ଝିଅ ଧରି ଅତି କଷ୍ଟରେ ଗ୍ରାମରେ କୁଲି ମୋଜୁରୀ କାମ କରି ପୁଅ ଓ ମାନସିକ ବିକୃତି ଝିଅକୁ ନେଇ ରହୁଥିଲେ।ପୁଅର ବାହାଘର ପରେ ଆନୁମାନିକ ପ୍ରାୟ ୧୨ ବର୍ଷ ହେବ ମା ଓ ବିକୃତ ଭଉଣୀକୁ ଛାଡ଼ି ସେ ତାର ସ୍ତ୍ରୀ ସହ ଶଶୁର ଘରେ ରହୁଛନ୍ତି।ବର୍ତ୍ତମାନ ମା ଓ ଝିଅ ରହୁ ଥିବା ବେଳେ ଝିଅର ଦୈନନ୍ଦିନ ସମସ୍ତ କାମ ସାରି ମା ଗ୍ରାମର ଘରେ ଘରେ ଯାଇ କାମ କରି ଯାହା ମିଳେ ସେଥିରେ ଉଭୟଙ୍କ ପେଟ ପୁରେ।ତେବେ ଝିଅ ସନ୍ତୋମଣୀ ଭତ୍ରା (୨୫)ଙ୍କ ଆଧାର କାର୍ଡ ହୋଇ ପାରୁନଥିବା ଯୋଗୁଁ ସେ ଭତ୍ତା ଖଣ୍ଡେ ପାଇବାରୁ ବଞ୍ଚିତ ଅଛନ୍ତି।ମା ଓ ଗ୍ରାମର ବିଶିଷ୍ଟ ବିଶିଷ୍ଟ ଗଣ୍ୟ ମାନ୍ୟ ବ୍ୟକ୍ତି ମାନେ ବହୁବାର ଖର୍ଚ୍ଚ କରି ଆଧାର କାର୍ଡ ପାଇଁ ଝରିଗାଁ ଆଧାର କେନ୍ଦ୍ରରେ ଝିଅକୁ ଆଣିବା ପରେ ମଧ୍ୟ କୌ କାରଣରୁ ଆଧାର କାର୍ଡ ହୋଇ ପାରୁ ନାହିଁ କହି ମା ଦଇମତୀ ଭତ୍ରା ଓ ଗ୍ରାମବାସୀ ପ୍ରଶାସନ ଉପରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ସଚେତନତା ଅଭାବ ଯୋଗୁଁ ଆଧାର କାର୍ଡ ହୋଇ ପାରୁନଥିବା ବେଳେ ଦ୍ଵାୟିତ୍ୱରେ ଥିବା ବ୍ଲକ ଅଧିକାରୀ ମାନେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ସନ୍ତୋମଣୀ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଏହା ଅଞ୍ଚଳବାସୀର କହିବା କଥା । ୨୦୧୦ ମସିହାରେ ମାନସିକ ବିକୃତ ଯୁବତୀ ସନ୍ତୋମଣୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ଏବଂ ସେହି ପ୍ରମାଣ ପତ୍ରରେ ୮୦ ପ୍ରତିଶତ ଭିନ୍ନକ୍ଷମ ଥିବା ଦର୍ଶାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ଆଧାର କାର୍ଡ ନଥିବା ଯୋଗୁଁ ଏହି ମାନସିକ ବିକୃତ ଯୁବତୀ ସନ୍ତୋମଣି ଭତ୍ରା ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି କହି ବ୍ଲକ ପ୍ରଶାସନର କହିବା କଥା ।ତେଣୁ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ମାନସିକ ବିକୃତ ସନ୍ତୋମଣୀଙ୍କ ଆଧାର କାର୍ଡ କରିବା ସହ ଭତ୍ତା ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବି ହୋଇଛି। ଉଲ୍ଲେଖ ଥାଉ ଏହି ଅସହାୟ ପରିବାର ପ୍ରତି ପ୍ରଶାସନ ପକ୍ଷରୁ ଦଇମତୀଙ୍କୁ ଆବାସ ଯୋଜନାରେ ଗୃହ ଖଣ୍ଡେ ମିଳିଥିବା ବେଳେ ୫ କିଲୋଗ୍ରାମ ଚାଉଳ ଏବଂ ବିଧବା ଭତ୍ତା ବାବଦକୁ ଏକ ହଜାର ଟଙ୍କା ମିଳୁଥିବା ଆମ ଗଣମାଧ୍ୟମ ପ୍ରତିନିଧି ଆଗରେ କହିଛନ୍ତି। ଝରିଗାଁ ବ୍ଲକ ପ୍ରଶାସନ ଏହି ଅସହାୟ ପରିବାର ପ୍ରତି ସହାନୁଭୂତି ଦେଖାଇ ସନ୍ତୋ୍ମଣୀଙ୍କ ଆଧାର କାର୍ଡ ପ୍ରଦାନ ସହ ଭତ୍ତା ପ୍ରଦାନ କରିବା ପାଇଁ କେବେ ଚେଷ୍ଟା କରିବ ତାହା ଦେଖିବାକୁ ବାକି ରହିଲା

nis-ad
Leave A Reply

Your email address will not be published.