ଆସିକା ରାଜସ୍ୱ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଟ୍ରାଫିକ ସମସ୍ୟା ବଢୁଛି……!

ସାଧାରଣ ଜନତା ଓ ସ୍କୁଲ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ …..

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ମଧ୍ୟରେ ଥିବା ଖମେଶ୍ୱରୀ ପାଟଣା, ବିନାୟକ ବଜାର, ଲକ୍ଷ୍ମୀ ବଜାର ରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜବର ଦଖଲ ସାଙ୍ଗକୁ ରାସ୍ତା କଡ଼ରେ ଉଠାଦୋକାନୀ ଓ ଦୁଇ ଚକିଆ ଯାନବାହାନ ରହୁଥିବା ଯୋଗୁଁ ଏଭଳି ଅବସ୍ଥା ସବୁ ବର୍ଗର ଲୋକେ ଭୋଗୁଛନ୍ତି। ଆସିକା ସହର ବାସୀଙ୍କ ପାଇଁ ଏକ ମାତ୍ର ରାସ୍ତା ହେଉଛି।ମହାତ୍ମାଗାନ୍ଧୀ ରୋଡ଼ ଦେଇ ହାଟପଦା ଆସିବା ପରେ କୋର୍ଟ,ମୁଖ୍ୟ ଡାକଘର, ବ୍ୟାଙ୍କ, ଏସ.ଡି. ପିଅ ଅଫିସ, ବାଳିକା ଉଚ୍ଚ ବିଦ୍ୟାଳୟ, ନିରଞ୍ଜନ ମହିଳା ମହାବିଦ୍ୟାଳୟ, ବାଣୀ ବିହାର ଓ ଚିକିତ୍ସାଳୟ କୁ ଯିବାକୁ ହୁଏ। ହାଟପଦା ଠାରୁ ବସଷ୍ଟାଣ୍ଡ ଯିବା ପାଇଁ ଅଶୋକ ସିନେମାହଲ ଦେଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ଦେଇ ଯିବାକୁ ଏକ ମାତ୍ର ବିକଳ୍ପ ରାସ୍ତା। କୋରେନେସେନ ପାର୍କ ଠାରୁ ଅଶୋକ ସିନେମା ହଲ, ବିନାୟକ ବଜାର ଓ ଲକ୍ଷ୍ମୀ ବଜାର ଯିବା ଆସିବା ବେଳେ ବିଭିନ୍ନ ଘରୋଇ ବ୍ୟାଙ୍କ ଥିବା ଯୋଗୁଁ ପ୍ରତି ମୁହୂର୍ତ୍ତରେ ଟ୍ରାଫିକ ସମସ୍ୟା ଲାଗିରହେ। ସ୍କୁଲ, କଲେଜ କୁ ଯାଉଥିବା ଛାତ୍ର ଛାତ୍ରୀ, ବିଭିନ୍ନ କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସାଧାରଣ ଲୋକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡେ ଟ୍ରାଫିକ ସମସ୍ୟା ପାଇଁ। ଦୁଇ ବର୍ଷ ହେଲା ପୋଲିସ ପକ୍ଷରୁ ପୂର୍ବ ଭଳି ଟ୍ରାଫିକ ନିୟନ୍ତ୍ରଣ ହେଉନାହିଁ।ପୂର୍ବରୁ ଭାଗବତ ମଠ ପାଖରେ କୁମ୍ଭାର ସାହି ଛକ ନିକଟରେ ପୋଲିସ କର୍ମୀ ମାନେ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ସହର ମଧ୍ୟକୁ ଅବାଧ ରେ ବଡ଼ ବଡ଼ ଯାନବାହାନ ଯାତାୟାତ ସାଙ୍ଗକୁ ଟ୍ରାକ୍ଟର ଓ ବିଭିନ୍ନ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡ଼ିକୁ ଆସିଥିବା ସାମଗ୍ରୀ ଲୋଡ଼ ଅନ ଲୋଡ଼ ସମୟରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କେବଳ ଅତି ସୁନ୍ଦର ଭାବେ ଜଣେ ତରୁଣୀଙ୍କ ସ୍ୱରରେ ରେକଡିଙ୍ଗ କରି ଡାକବାଜି ଯନ୍ତ୍ରରେ ଘୋଷଣା କରାଯାଉଛି। ରାସ୍ତା କଡ଼ ରେ ମଇଳା, ଘର ତିଆରି ସାମଗ୍ରୀ ରାସ୍ତା ରେ ନ ଢ଼ାଳିବା, ରାସ୍ତା କଡରେ ଉଠା ଦୋକାନୀ ନବସିବା ପାଇଁ ପ୍ରଚାର କରାଯାଏ। ବିଜ୍ଞାପିତ ପରିଷଦ ପକ୍ଷରୁ ବାରମ୍ବାର ରାଜସ୍ୱ ବିଭାଗ କୁ ଜବର ଦଖଲ ପାଇଁ ପତ୍ର ବିନମୟ କଲେ ବି ଧର୍ମକୁ ଆଖିଠାର ଭଳି ରାଜସ୍ୱ ବିଭାଗ କେବଳ ରାଜସ୍ବ ନିରକ୍ଷକ ମାନଙ୍କୁ ଜବର ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ ଦେବାର କେବଳ ନଜିର ରହିଛି। ନୋଟିସ ଦେବା ପରେ କଣ ଏମିତି ଡ଼ିଲ ହୁଏ ଯେ ଆଉ ଜବର ଦଖଲ ଉଚ୍ଛେଦ କାଗଜ କଲମ ରେ ରହିଯାଏ ବୋଲି ଚର୍ଚ୍ଚା ହୁଏ। ରାଜସ୍ୱ ବିଭାଗ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଯୋଗୁଁ ଆସିକା ବାସୀ ଟ୍ରାଫିକ ସମସ୍ୟା ର ସମ୍ମୁଖୀନ ହେଉଥିବା ଆଲୋଚନା ହେଉଛି।

nis-ad
Leave A Reply

Your email address will not be published.