ଜନସ୍ବାସ୍ଥ୍ୟ ବିଭାଗ ପାଲଟିଛି ଭୂତକୋଠି, ଭାରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ଦେଖା ମିଳୁନି…

add-all

ହିଞ୍ଜିଳିକାଟୁ ୨୬!୨ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ରହିଛି । ଚତୁରତାର ସହ ବିଭାଗ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ରେ ନା ଅଛି ନାମ ଫଳକ ନା କାର୍ଯ୍ୟାଳୟ ବୋଲି କେଉଁଠି ଲେଖା ଯାଇଛି ।ଏଲ ଈଡି ଥିଲା ତାହା ବର୍ତ୍ତମାନ ବନ୍ଦ ରହିଛି ।ସାଧାରଣ ଲୋକଟିଏ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଖୋଜିଲେ ମଧ୍ୟ ପାଉ ନାହାଁନ୍ତି । କେବଳ ଏତିକି ନୁହେଁ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରେ ସମସ୍ୟା ସମାଧାନ ପାଈଁ ବିଭାଗ ବିଫଳ ହୋଇଛି । ଲୋକଙ୍କୁ ଚଢା ଦରରେ ମାସିକ କର ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ପାଣି ବ୍ୟବହାର କରନ୍ତୁ କି ନ କରନ୍ତୁ କର ଦେବାକୁ ଲୋକଙ୍କୁ ବାଧ୍ୟ କରୁଛି ବିଭାଗ । ତିନି ମାସ ତଳୁ ହିଞ୍ଜିଳିକାଟୁ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାସ ଙ୍କ ଵଦଳି ପରେ ଭାରପ୍ରାପ୍ତ ଅଧିକାରୀ ଭାବେ ବ୍ରହ୍ମପୁର ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ନିକିତା ପାତ୍ର ଙ୍କୁ ଵିଭାଗ ଦାୟିତ୍ଵ ପ୍ରଦାନ କରିଛି।ଏଠାରେ ଯେଉଁ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି ସେ ନିୟମିତ

କାର୍ଯ୍ୟାଳୟ ରେ ରହୁ ନ ଥିବା, କିମ୍ବା ଫୋନ କଲେ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି । ତମାମ ସମସ୍ୟା ସମ୍ପର୍କରେ ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ସାକ୍ଷାତ କରିବାରେ ବିଫଳ ହେବାରୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯନ୍ତ୍ରୀ ମହୋଦୟ ଫୋନ ଗ୍ରହଣ କରିନଥିଲେ । ଯଦି ଭୁଲରେ ଫୋନ ଗ୍ରହଣ କଲେ ଦୁଇଦିନ ପରେ ଯିବି ନହେଲେ ଯାନିବିଲି ପ୍ରକଳ୍ପ କାର୍ଯ୍ୟକୁ ତଦାରଖ ନିମନ୍ତେ ଯାଇଥିବା ଶୁଣିବାକୁ ମିଳୁଛି।
କେବେ ସୁଧାର ଆସିବ ଜନସ୍ବାସ୍ଥ୍ୟ ବିଭାଗ କେବେ ଉପକୃତ ହେବେ ସାଧାରଣ ଲୋକେ ତାହା ଦେଖିବାକୁ ରହିଛି

ad-week
Leave A Reply

Your email address will not be published.