ସ୍କୁଟି ସହ ଅଭିଯୁକ୍ତ କୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

add-all

ଛତ୍ରପୁର,: ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ସ୍କୁଟି ଗାଡି କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବୋରି ରମା ଥାନା ଅଂଚଳ ର ଏସକେ. ସମିନ ଓରଫ ସଲିମ(୩୦) ବୋଲି ଜଣାପଡିଛି,ପୋଲିସ କହିବା ଅନୁସାରେ ଛତ୍ରପୁର ଜାତୀୟ ରାଜପଥ ନିକଟ ପର୍ଶୁ ଗ୍ୟାରେଜ ସ୍ଥିତ ଆଶାଲତା ନିବାସ (ଘର ) ରେ ପାର୍କିଂ କରି ରଖିଥିବା ଓଡି ୦ ୭ଏ ଵି ୦୫୫୦ନଂ ଏକ ହିରୋ ଡେସ୍ଟିନି ୧୨୫ ସ୍କୁଟି ଗାଡି ଟି କୁ ଚୋରି ହୋଇଥିବା ନେଇ ଗତ ୨୬ ତାରିଖ ଦିନ ସୌମ୍ୟା ସୂଚରିତା ପଟ୍ଟନାୟକ ଥାନା ରେ ଏତଲା ଦେଇଥିଲେ, ଏତଲା କୁ ଭିତ୍ତି କରି ଛତ୍ରପୁର ଥାନା ରେ ୧୨୮ /୨୫ନଂ ଏକ ମାମଲା ରୁଜୁ ହୋଇଥିଲା, ଏନେଇ ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତି ଙ୍କ ତତ୍ୱବଧାନ ରେ ଏକ ପୋଲିସ ଟିମ ତଦନ୍ତ କରି ଅଭିଯୁକ୍ତ ଏସକେ. ସମିନ @ ସଲିମ ଙ୍କୁ ଧରିବା ସକ୍ଷମ ହୋଇଥିଲେ, ତାଙ୍କ ଠାରୁ ଚୋରୀ ହୋଇଥିବା ସ୍କୁଟି ଗାଡି ସହ ଭିନ୍ନ ଭିନ୍ନ ବାଇକ ଓ ଘର ର ଚାବି, ଛୋଟିଆ ଲୁହା ରଡ଼, କଟର ଜବତ କରାଯାଇଛି , ପରେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ପକ୍ଷରୁ ସୂଚନା ମିଳିଛି

ad-week
Leave A Reply

Your email address will not be published.